Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

KKଙ୍କ ଦେହାନ୍ତରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା, ବଡ ବଡ ସେଲିବ୍ରିଟି ଜଣାଇଲେ ଶ୍ରଦ୍ଧାଞ୍ଜଳୀ

1/06/2022 at 8:35 AM

ନୂଆଦିଲ୍ଳୀ ୦୧।୦୬ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅକାଳ ବିୟୋଗ ପରେ କେ.କେ.ଙ୍କ ଦେହାନ୍ତ ହେବା ସମସ୍ତଙ୍କ ପାଇଁ ଏକ ବଡ ଝଟକା। କୋଲକାତାର ଲାଇଭ୍ କନସର୍ଟ ପରେ ବଲିଉଡର ଜଣାଶୁଣା ଗାୟକ କେ.କେଙ୍କର ଦେହାନ୍ତ ହୋଇଛି। କୋଲକାତାର ଏକ ଇଭେଣ୍ଟରେ କାର୍ଯ୍ୟକ୍ରମ କରିବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ସେହି ସମୟରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କେ.କେଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକ ତଥା ବଲିଉଡ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗି ପଡିଛି । ପିଏମ ମୋଦୀଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ସଂଗୀତ ଜଗତର କଳାକାରମାନେ କେ.କେ.ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ତାଙ୍କ ମୃତ୍ୟୁରେ ଅଜୟ ଦେବଗନ୍ ଟ୍ୱିଟ୍ କରି କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଖବର। ଲାଇଭ୍ ପ୍ରଦର୍ଶନ ପରେ କେ.କେ.ଙ୍କ ଦେହାନ୍ତ ଖବର ଶୁଣିବା ଅତ୍ୟନ୍ତ ଭୟଙ୍କର। ସେ ଯେଉଁ ଫିଲ୍ମ ଗୁଡ଼ିକରେ ଗୀତ ଗାଇଥିଲେ ମୁଁ ତାଙ୍କ ସହ ଜଡିତ ଥିଲି । ତେଣୁ ତାଙ୍କ ଆତ୍ମା କୁ ​​ଶାନ୍ତି  ମିଳୁ । ତାଙ୍କ ପରିବାର ପ୍ରତି ପ୍ରାର୍ଥନା ଏବଂ ସମବେଦନା ।

ଅନ୍ୟପଟେ ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି, କେ.କେ.ର ମୃତ୍ୟୁ ଖବର ଶୁଣି ଦୁଖିତ ଏବଂ ଚକିତ … । ବରୁଣ ଧାୱନ, ବିବେକ ଓବରୋଇ, ସଲିମ ମର୍ଚାଣ୍ଟ, ଅଦନାନ ସାମି, ଅନୁ ମଲିକ, ଅଭିଷେକ ବଚ୍ଚନ ଏବଂ କରଣ ଜୋହରଙ୍କ ସମେତ ଅନେକ ବଡ ବଡ ତାରକା କେ.କେ.ଙ୍କ ଦେହାନ୍ତ ଖବରରେ ଆଶ୍ଚର୍ଯ୍ୟ ହୋଇଥିବା ସହ ସମବେଦନା ଜଣାଇଛନ୍ତି ।

କେ.କେ ଦକ୍ଷିଣ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପୁରା ନାମ କୃଷ୍ଣ କୁମାର କୁନ୍ନାଥ। ଅଳ୍ପ ସମୟରେ ତାଙ୍କ ଗୀତ ଲୋକଙ୍କ ଦୃଦୟରେ ସ୍ଥାନ ସୃଷ୍ଟି କରିଥିଲା । ତାଙ୍କୁ ବଲିଉଡର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରେ ଗଣାଯାଇଥିଲା ।

   Related Posts