ମ୍ୟୁଜିକ୍ କନସର୍ଟରେ ବଲିଉଡ୍ ଗାୟକ କୈଳାଶ ଖେର୍ଙ୍କ ଉପରେ ଆକ୍ରମଣ
30/01/2023 at 11:20 AM

ବେଙ୍ଗାଲୁରୁ: ବଲିଉଡ୍ ଗାୟକ କୈଳାଶ ଖେରଙ୍କ ଉପରେ ଆକ୍ରମଣ। କର୍ଣ୍ଣାଟକରେ ମ୍ୟୁଜିକ୍ କନସର୍ଟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ କୈଳାଶ ଖେର୍ଙ୍କ ଉପରେ ଆକ୍ରମଣ ହୋଇଛି।
ମିଳିଥିବା ଖବର ଅନୁସାର, କୈଳାଶ ଖେର୍ ଗୀତ ଗାଉଥିବା ବେଳେ ତାଙ୍କ ଉପରକୁ ବୋତଲମାଡ଼ ହୋଇଛି। ଏହା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୋତଲମାଡ଼ କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ କର୍ଣ୍ଣାଟକର ହାମ୍ପି ଉତ୍ସବର ଉଦ୍ଯାପନୀ ଉତ୍ସବରେ କୈଳାଶଙ୍କର ମ୍ୟୁଜିକ୍ କନସର୍ଟ ଥିଲା। କୈଳାଶ ମଞ୍ଚରେ ଚ଼ଢ଼ି ଗୀତ ଗାଉଥିବା ବେଳେ ଜଣେ ପ୍ୟାନ୍ ଦର୍ଶକଙ୍କ ମଧ୍ୟରୁ ତାଙ୍କ ଉପରକୁ ବୋତଲ ମାଡ଼ କରିଥିଲେ ଦୁଇ ବ୍ୟକ୍ତି। କୈଳାଶ କେବଳ ହିନ୍ଦୀ ଗୀତ ଗାଉଥିଲେ। କାନାଡ଼ା ଗୀତ ଗାଉ ନଥିବାରୁ ବ୍ୟକ୍ତି ଜଣଙ୍କ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
କୈଳାଶ ଗୀତ ଗାଉଥିବା ବେଳେ ତାଙ୍କ ଉପରକୁ ବୋତଲ ଫିଙ୍ଗା ଯାଇଥିଲେ ବି ସେ ଏଥି ପ୍ରତି ଧ୍ୟାନ ଦେଇନଥିଲେ। ବୋତଲଟି ମଞ୍ଚର ବାଡ଼ା ବାଜି ଷ୍ଟେଜ୍ରେ ଖସିପଡ଼ିଥିଲା। ହେଲେ ଖେର୍ ଏସବୁ ଧ୍ୟାନ ନଦେଇ ଗୀତ ଗାଇ ଚାଲିଥିଲେ। ଏହାପରେ ଷ୍ଟେଜ୍ରୁ ପାଣି ବୋତଲକୁ ହଟାଇ ଦିଆଯାଇଥିଲା ବୋଲି ପୁଲିସ କହିଛି।
ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିିରଫ କରିଥିଲା। ଗିରଫ ଯୁବକ ଦୁଇ ହେଲେ- ପ୍ରଦୀପ(୨୨) ଏବଂ ସୁରହ(୨୧)। ଘଟଣା ପରେ ପୁଲିସ ଉଭୟଙ୍କ ପ୍ରତିକ୍ରିୟା ରେକର୍ଡ କରିଛି।
ସୂଚନା ଥାଉକି କର୍ଣ୍ଣାଟକର ହାମ୍ପିରେ କୈଳାଶ ଖେର୍ଙ୍କ ମ୍ୟୁଜିକ କନସର୍ଟ ଶୁଣିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ଏହାରି ଭିତରେ ଖେର୍ଙ୍କୁ ବୋତଲ ମାଡ଼ ହୋଇଥିଲା। କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଆୟୋଜିତ ତିନି ଦିନିଆ ହାମ୍ପି ଉତ୍ସବ ଶୁକ୍ରବାର ଆରମ୍ଭ ହୋଇଥିଲା। ପୂର୍ବତନ ବିଜୟନଗର ସାମ୍ରାଜ୍ୟର ପରମ୍ପରାକୁ ପାଳନ କରିବାକୁ ଏହି ଉତ୍ସବର ଆୟୋଜନ କରିଆସୁଛନ୍ତି।