ବାଲିଯାତ୍ରା ପଞ୍ଚମ ସଂଧ୍ୟାରେ ଦଲେର ମହେନ୍ଦିଙ୍କ ଗୀତରେ ଝୁମିଥିଲେ ଦର୍ଶକ, ଆଜି ସୋନା ମହାପାତ୍ର ଦେଖାଇବେ ଜଲଓ୍ବା

Published By : Prameya-News7 Bureau | November 17, 2019 IST

କଟକ ୧୭।୧୧: କଟକର ଐତିହାସିକ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିଥାଏ ଗଣ କବି ବୈଷ୍ଣବ ପାଣି ମଞ୍ଚରେ ହେଉଥିବା ସାଂସ୍କୃତି କାର୍ଯ୍ୟକ୍ରମ । ଚଳିତ ବର୍ଷ ବଲିଓଡର ନାମିଦାମୀ କଳାକାରଙ୍କ ଜଲଓ୍ବା ଏହି ମଞ୍ଚରେ ଦେଖିବାକୁ ମିଳୁଛି । ଶନିବାର ସଂଧ୍ୟା ଥିଲା ବାଲିଯାତ୍ରାର ପଞ୍ଚମ ସଂଧ୍ୟା ଆଉ ଏହି ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଓଡ କଣ୍ଠଶିଳ୍ପୀ ଦଲେର ମହେନ୍ଦି । ଆଉ ଦଲେର ମେହନ୍ଦିଙ୍କ ଗୀତରେ ଝୁମିଥିଲା ପୁରା ଯାତ୍ରା ପଡିଆ ।

{"id":185566,"sizeSlug":"large"}

‘ମସ୍ତି ଭରି ରାତ୍ ହୈ ଶୋଣି ଗୁଡିଓଁକା ଭି ସାଥ୍ ହୈ’ ଗୀତରୁ ଆରମ୍ଭ ହୋଇଥିଲା ଦଲେର ମେହେନ୍ଦିଙ୍କ ଜଲଓ୍ବା । ଆଉ ଏହି ଗୀତରୁ ହିଁ ଝୁମିବା ଆରମ୍ଭ କରିଥିଲେ ଦର୍ଶକ । ପରେ ପରେ ଲୈଲା ହୋ ଲେଲା… ହାୟୋରବା ହାୟରବା… ସାଓ୍ବନ ମୈ ଲଗଗେଇ ଆଗ୍… ଭଳି ହିଟ୍ ଗୀତ ଗାଇଥିଲା । ଆଉ ସାରା ପଡିଆ ଝୁମିବାରେ ଲାଗିଥିଲା । ଯାଉଥିବା ଲୋକଟି ଅଟକିଯିବା ସହ ଗୀତ ଶୁଣିବା ପରେ ତାଳରେ କମ୍ପୁଥିଲା ପୁରା ବାଲିଯାତ୍ରା ପଡିଆ । ତେବେ ଓଡିଶାର ଏଭଳି ଏକ ଯାତ୍ରାରେ ଗାଇବାର ସୁଯୋଗ ମିଳିଥିବାରୁ ବେଶ୍ ଖୁସି ଥିବା କହିଛନ୍ତି ଦଲେର ମେହନ୍ଦି ।

{"id":185567,"sizeSlug":"large"}

ଶେଷରେ ପ୍ରସିଦ୍ଧ ବାହୁବଳୀ ଫିଲ୍ମର ଗୀତରେ କାର୍ଯ୍ୟକ୍ରମ ଶେଷ କରିଥିଲେ ଦଲେର ମେହନ୍ଦୀ । ଦଲେର ମେହେନ୍ଦିଙ୍କ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ବହୁ ବରିଷ୍ଠ ସରକାରୀ ଅଧିକାରୀ । ପୋଲିସ କମିଶନର, କଟକ ଡିସିପି, ଟ୍ରାଫିକ ଡିସିପି, ସିଏମସି କମିଶନରଙ୍କ ସହ ଜିଲ୍ଲାପାଳ ମଧ୍ୟ କାର୍ଯ୍ୟବ୍ୟସ୍ତତା ଭିତରେ ଏହାକୁ କିଛି ସମୟ ପାଇଁ ଉପଭୋଗ କରିଥିଲେ । ଏହି ଅବସରରେ ଓଡିଶା ଫୁଟବଲ କ୍ଲବ ତରଫରୁ ପ୍ରମୋସନ ପାଇଁ ଓଡିଶା ଫୁଟବଲ କ୍ଲବ ଜର୍ସି ପ୍ରଦାନ କରାଯାଇଥିଲା । ତେବେ ଓଡିଶା ଫୁଟବଲ ଟିମର ପ୍ରଚାର ପାଇଁ ଏଭଳି ପ୍ରୟାସ କରାଯାଇଥିବା କହିଛନ୍ତି ଖେଳାଳି ।

{"id":185568,"sizeSlug":"large"}

ଆଜି ଅର୍ଥାତ୍ ଷଷ୍ଠ ସଂଧ୍ୟାରେ ସୋନା ମହାପାତ୍ରଙ୍କ ଗୀତର ଯାଦୁରେ ଝୁମିବ କଟକର ଐତିହାସିକ ବାଲିଯାତ୍ରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.