‘ବେଖୟାଲି’ ସିଙ୍ଗର୍ ସଚେତ ଟଣ୍ଡନ ଏବଂ ପରମ୍ପରା ଠାକୁର କଲେ ନିର୍ବନ୍ଧ : ଭାଇରାଲ୍ ହେଲା ଫଟୋ
28/11/2020 at 5:07 PM

ମୁମ୍ବାଇ ୨୮/୧୧: ନିକଟରେ ‘ବେଖୟାଲି’ ସିଙ୍ଗର୍ ଏବଂ କମ୍ପୋଜର ଯୋଡ଼ି ସଚେତ ଟଣ୍ଡନ ଏବଂ ପରମ୍ପରା ଠାକୁର ନିଜ ସମ୍ପର୍କକୁ ଆଗକୁ ବଢ଼ାଇ ନିର୍ବନ୍ଧ କରିଛନ୍ତି। ଏମାନଙ୍କ ନିର୍ବନ୍ଧ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶନିବାର ଉଭୟଙ୍କ ନିର୍ବନ୍ଧ ଫଟୋ ଆସିବାରୁ ଲୋକଙ୍କୁ ଏକ ଆଶ୍ଚର୍ଯ୍ୟକର ସରପ୍ରାଇଜ ମିଳିଥିଲା। ସଚେତ ଏବଂ ପରମ୍ପରାଙ୍କ ମଧ୍ୟରୁ କେହି ଏହା ପୂର୍ବରୁ ନିର୍ବନ୍ଧ କି ନିଜ ରୋମାଣ୍ଟିକ୍ ରିଲେନସନଶିପ୍ ବିଷୟରେ କେବେ କାହାକୁ ଜଣାଇନଥିଲେ। ଏବେ ଏମାନଙ୍କ ନିର୍ବନ୍ଧର ଫଟୋ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଦୁହେଁ ପରସ୍ପର ସହ ବହୁତ ଖୁସି ଦେଖାଯାଉଛନ୍ତି।
ସଚେତ ଏବଂ ପରମ୍ପରା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ନିର୍ବନ୍ଧର ସୂଚନା ଦେଇନଥିଲେ କି ଫଟୋ ବି ସେୟାର କରିନଥିଲେ କିନ୍ତୁ ଫଟୋଗ୍ରାଫି ଇନଷ୍ଟାଗ୍ରାମ୍ ପେଜରେ ତାଙ୍କ ନିର୍ବନ୍ଧର ଫଟୋ ସେୟାର କରାଯାଇଛି। ଏହି ଫଟୋରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖାଯାଉଛି। କେବଳ ଏତିକି ନୁହେଁ ଏହି ଉତ୍ସବର ଆହୁରି ଅନେକ ଫଟୋ ସେୟାର କରାଯାଇଛି। ଏହା ସହିତ ଏହି ନିର୍ବନ୍ଧରେ ଉଭୟଙ୍କର ସମ୍ପର୍କୀୟ ଏବଂ ପରିବାର ଲୋକେ ମଧ୍ୟ ନଜର ଆସିଛନ୍ତି।

ସଚେତ ନିଜ ନିର୍ବନ୍ଧରେ ପିଙ୍କ୍ ରଙ୍ଗର ସୁଟ୍ ପିନ୍ଧିଥିବାବେଳେ ପରମ୍ପରା ସଚେତଙ୍କୁ ମ୍ୟାଚିଂ କରି ଆଉଟଫିଟ୍ ପିନ୍ଧିଛନ୍ତି। ନିଜ ନିର୍ବନ୍ଧରେ ପରମ୍ପରା ପିଙ୍କ୍ ରଙ୍ଗର ସିମରୀ ଶାଢ଼ୀ ପିନ୍ଧିଥିବା ଦେଖାଯାଇଛନ୍ତି। ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ୍ ହୋଇଛି।ଏହି କ୍ୟୁଟ୍ ଯୋଡ଼ିଙ୍କୁ ଚାରି ଆଡ଼ୁ ଶୁଭକାମନା ମିଳୁଛି।

Related Posts
‘ହଲିଉଡ୍ର ଶସ୍ତା କପି ବଲିଉଡ୍ ଫିଲ୍ମ’, କାହିଁକି ଏମିତି କହିଲେ ଅନୁରାଗ…
29 January 2023
ବିବାହ ପରେ ପ୍ରଥମ ଥର ଆଉଟିଂରେ ବାହାରିଲେ ଆଥିଆ, ଭିଡିଓ ଭାଇରାଲ….
29 January 2023
ରାକ୍ଷୀ ସାୱନ୍ତଙ୍କ ମାଆଙ୍କ ଦେହାନ୍ତ, ଦୁଃଖରେ ଭାଙ୍ଗିପଡିଲେ ଅଭିନେତ୍ରୀ
29 January 2023