LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ

25/09/2020 at 2:31 PM

ନୂଆଦିଲ୍ଲୀ ୨୫/୦୯: ପ୍ରଖ୍ୟାତ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ହୋଇଛି। ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟ ବେଳକୁ ତାଙ୍କ ବୟସ ହୋଇଥିଲା ୭୪ ବର୍ଷ । ସେ ହିନ୍ଦୀ ସିନେମାରେ ଏକାଧିକ ହିଟ୍ ଗୀତ ଗାଇଥିଲେ ।

ତାଙ୍କ ଗୀତ ସଲମାନ ଖାନଙ୍କୁ ପରିଚୟ ପ୍ରଦାନ କରିଥିଲା । ସେ ସଲମାନଙ୍କ ପ୍ରାୟ ଅଧିକାଂଶ ସିନେମାରେ କଣ୍ଠଦାନ କରିଥିଲେ । ପେହେଲା ପେହେଲା ପ୍ୟାର୍ ହେ, ମେରେ ରଙ୍ଗସେ ରଙ୍ଗନେ ଓ୍ୱାଲି, ଧିକତାନା, ଧିକତାନା, ମୁଝସେ ଜୁଦା ହୋକର, ଆଜା ସାମ୍ ହୋନେ ଆଇ ଆଦି ଗୀତ ଗାଇଥିଲେ ।

ଏସପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା । କରୋନାରେ ସଂକ୍ରମିତ ହୋଇ ​ଚେନ୍ନାଇର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

କରୋନା ପଜିଟିଭ ଆସିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଖୁବଶୀଘ୍ର ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା।।  ଏ କଥା ତାଙ୍କ ପୁଅ ଏସପି ଚରଣ ଜଣାଇଥିଲେ ।ଏହା ସହ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଥିବା ବି କହିଥିଲେ।

ମାତ୍ର ଗତ ୨୪ ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଥିବା ହସପିଟାଲ କର୍ତୃପକ୍ଷ ଜଣାଇଥିଲେ। ତାଙ୍କୁ ଲାଇଫ ସପୋର୍ଟରେ ରଖାଯାଇଥିଲା । ଏମଜିଏମ ହେଲଥ କେୟାରର ଏକ୍ସପର୍ଟ ଟିମ୍ ତାଙ୍କ ହେଲଥ କଣ୍ଡିସନକୁ ଭଲ ଭାବେ ମନିଟର କରୁଥିଲେ। ବାଲାସୁବ୍ରମଣ୍ୟମ ୪୦ ହଜାରରୁ ଅଧିକ ଫିଲ୍କରେ ଗୀତ ଗାଇଛନ୍ତି। ବଲିଉଡ କଳାକାରଙ୍କ ସମେତ ବିଭିନ୍ନ ମହଲରେ ତାଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।

ବାଲାସୁବ୍ରମଣ୍ୟମ ସର୍ବାଧିକ ଗୀତ ଗାଇ ଗିନିଜ ବୁକ୍ ଅଫ ରେକର୍ଡରେ ସାମିଲ ହୋଇଥିଲେ। ସେ ଭାରତ ସରକାରଙ୍କ ଠାରୁ ୨୦୦୧ରେ ପଦ୍ମଶ୍ମୀ ଓ ୨୦୧୧ରେ ପଦ୍ମଭୂଷଣ ଉପାଧି ଗ୍ରହଣ କରିଥିଲେ।

   Related Posts