‘ଏ ଗାଡ଼ି ଆମର ନୁହେଁ’, ସିଙ୍ଗାପୁର ହାଇ କମିଶନଙ୍କ ସୂଚନା ପରେ ହାଇଆଲର୍ଟ

Published By : Prameya-News7 Bureau | November 24, 2023 IST

ନୂଆଦିଲ୍ଲୀ: ଭାରତରେ ଥିବା ସିଙ୍ଗାପୁର ହାଇ କମିଶନ, କାର୍‌ର ମିଥ୍ୟା ନମ୍ବରକୁ ନେଇ ସତର୍କ କରାଇଛନ୍ତି । ଶୁକ୍ରବାର, ଭାରତରେ ସିଙ୍ଗାପୁରର ହାଇ କମିଶନ ସାଇମନ ଓ୍ବୋଙ୍ଗ, ବିଦେଶ ମନ୍ତ୍ରାଳୟ ଏବଂ ଦିଲ୍ଲୀ ପୋଲିସ୍‌କୁ ଏକ ଫେକ୍‌ କାର୍‌ ନେଇ ସତର୍କ କରିଛନ୍ତି।

ସେ ନିଜ ଦେଶର ଫେକ୍‌ ରାଷ୍ଟ୍ରଦୂତ କାର ନମ୍ବର ପ୍ଲେଟ୍‌ ଥିବା ଏକ କାର୍ ବିଷୟରେ ଦିଲ୍ଲୀ ପୋଲିସ ଏବଂ ବିଦେଶ ମନ୍ତ୍ରାଳୟକୁ ସତର୍କ କରାଇଛନ୍ତି। ରାଷ୍ଟ୍ରଦୂତ କାର୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି। କାର୍‌ରେ ରାଷ୍ଟ୍ରଦୂତଙ୍କ କୋର ନମ୍ବର ପ୍ଲେଟ୍‌ ଦେଖାଯାଉଛି। ଏନେଇ ସେ ଏକ ପୋଷ୍ଟ ସେୟାର କରି କହିଛନ୍ତି।

wp:html /wp:html

ଆହୁରି ପଢ଼ନ୍ତୁ: ସୋସିଆଲ୍ ମିଡିଆ କମ୍ପାନିଙ୍କୁ ୭ ଦିନ ସମୟ…ଡିପ୍‌ଫେକ୍ ଭିଡିଓକୁ ନେଇ କଠୋର ସରକାର

କାର୍‌ର ଫଟୋ ସେୟାର କରିବା ସହ ସେ କହିଛନ୍ତି ‘‘63 CD ପ୍ଲେଟ୍‌ କାର୍‌ ଫେକ୍। ଏହା ଆମର କାର୍‌ ନୁହେଁ।’’ ସେ କହିଛନ୍ତି ମାମଲାକୁ ନେଇ ପୋଲିସ ଏବଂ ବିଦେଶ ମନ୍ତ୍ରାଳୟକୁ ସୂଚିତ କରାଯାଇଛି । ସେ କହିଛନ୍ତି ‘‘ଆମେ ବିଦେଶ ମନ୍ତ୍ରାଳୟ ଏବଂ ପୋଲିସକୁ ସତର୍କ କରାଯାଇଛି।’’

CDର ପୂରା ଅର୍ଥ କୋର୍‌ ଡିପ୍ଲୋମାଟିକ୍ ହୋଇଥାଏ । CD ନମ୍ବର ପ୍ଲେଟ୍‌ ଥିବା ଗାଡ଼ି ସ୍ବତନ୍ତ୍ର ଭାବରେ କେବଳ ଦୂତାବାସ ଏବଂ ବାଣିଜ୍ୟିକ ଦୂତାବାସ ସହ ବିଦେଶ ରାଷ୍ଟ୍ରଦୂତ ମିଶନ ଏବଂ ସଂଗଠନ ପାଇଁ ସଂରକ୍ଷିତ।

ଆହୁରି ପଢ଼ନ୍ତୁ: ୧.୪ ଲକ୍ଷ କୋଟିର ଡିଫେନ୍ସ ଡିଲ୍ ଉପରେ ବାଜିବ ମୋହର; ଆହୁରି ସଶକ୍ତ ହେବ ସେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.