ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ସିଙ୍ଗାପୁର ଦେଇନି ଶରଣ, ସରକାର କହିଲେ ଆସିଛନ୍ତି ବ୍ୟକ୍ତିଗତ ଯାତ୍ରାରେ

Published By : Prameya-News7 Bureau | July 14, 2022 IST

ସିଙ୍ଗାପୁର ୧୪।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗୁରୁବାର ସପତ୍ନିକ ୨ ଅଙ୍ଗରକ୍ଷୀଙ୍କ ସହ ସିଙ୍ଗାପୁରରେ ପହଞ୍ଚିଛନ୍ତି। ମାଲେରୁ ସାଉଦୀ ଏୟାରଲାଇନ୍ସ ବିମାନ ସଂଖ୍ୟା ଏସଭି-୭୮୮ ଯୋଗେ ସନ୍ଧ୍ୟାରେ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ସୁରକ୍ଷା ସୂତ୍ର ଅନୁସାରେ ରାଷ୍ଟ୍ରପତି ପଦ ଲାଗି ଗୋଟାବାୟା ଯେଉଁ ସୁବିଧା ଚାହୁଁଥିଲେ ସେହି ଅନୁସାରେ ସେ କିଛି ସମୟ ସିଙ୍ଗାପୁରରେ ରହି ପାରନ୍ତି। ତେବେ ସିଙ୍ଗାପୁର ସରକାର ଗୋଟାବାୟାଙ୍କୁ ଶରଣ ଦେଇ ନଥିବା ତଥା ସେ ବ୍ୟକ୍ତିଗତ ଯାତ୍ରାରେ ଆସିଥିବା କହିଛନ୍ତି।

{"id":656223,"width":840,"height":420,"sizeSlug":"full","linkDestination":"none"}

ସିଙ୍ଗାପୁର ବିଦେଶ ମନ୍ତ୍ରାଳୟ ଗୋଟାବାୟା ସିଙ୍ଗାପୁର ସରକାରଙ୍କୁ ଶରଣ ମାଗିନାହାନ୍ତି କି ତାଙ୍କୁ ଶରଣ ଦିଆଯାଇ ନଥିବା ସ୍ପଷ୍ଟ କରି ଦେଇଛନ୍ତି। ଏମିତିରେ ବି ସିଙ୍ଗାପୁର ଶରଣ ନିମନ୍ତେ ନୁହେଁ ବୋଲି ମନ୍ତ୍ରାଳୟ କହିଛନ୍ତି। ହୁଏତ ସେ ଏଠାରେ କିଛି ଦିନ ରହି ପାରନ୍ତି ତା ପରେ ନିଜ ଗନ୍ତବ୍ୟ ଉଦ୍ଦେଶ୍ୟରେ ଯାଇ ପାରନ୍ତି। ଶ୍ରୀଲଙ୍କ ସୁରକ୍ଷା ସୂତ୍ରାନୁସାରେ ଗୋଟାବାୟା ସିଙ୍ଗାପୁରରୁ ୟୁଏଇ ପ୍ରସ୍ଥାନ କରିପାରନ୍ତି।  

{"id":656225,"width":843,"height":725,"sizeSlug":"full","linkDestination":"none"}

ମାଲଦ୍ୱୀପରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ସେଠାରେ ରହୁଥିବା ଦେଶର ନାଗରିକ ତୀବ୍ର ବିରୋଧ କରିଥିଲେ। ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅପରାଧୀଙ୍କୁ ଦେଶରେ ଶରଣ ନ ଦେବା ପାଇଁ ଦାବି କରିଥିବା ବେଳେ ବିରୋଧୀ ଦଳ ମଧ୍ୟ ଗୋଟାବାୟାଙ୍କ ଫ୍ରି ପାସ୍‌କୁ ନେଇ ଆପତ୍ତି କରିଛି। ଏଣୁ ରାଜପକ୍ଷେ ପତ୍ନୀ ଲୋମା ଓ ୨ ଦେହରକ୍ଷୀଙ୍କ ସହ ସ୍ଥାନୀୟ ସମୟ ସକାଳ ସାଢେ ୧୧ଟା ବେଳେ ମାଲେ ବିମାନ ବନ୍ଦରରୁ ସାଉଦୀ ବିମାନ ଯୋଗେ ସିଙ୍ଗାପୁର ଚାଙ୍ଗି ବିମାନ ବନ୍ଦରକୁ ଯାତ୍ରା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.