Corona ଆତଙ୍କ: ସିଙ୍ଗାପୁର Air show ରୁ ଓହରିଲେ ୭୦ defense କମ୍ପାନୀ

Published By : Prameya-News7 Bureau | February 09, 2020 IST

ସିଙ୍ଗାପୁର ୯।୨: ଚୀନରେ କରୋନା ଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ଆତଙ୍କିତ କରିଛି। ଏଥିରେ ଏସିଆର ସର୍ବ ବୃହତ୍ତ ଏଭିଏସନ ଓ ଡିଫେନ୍ସ କାର୍ଯ୍ୟକ୍ରମ ସିଙ୍ଗାପୁର ଏୟାର ସୋରୁ ଚଳିତବର୍ଷ ଚୀନର ୧୨ଟି କମ୍ପାନୀ ଓ ଆମେରିକୀୟ ଏରୋସ୍ପେସ୍ କମ୍ପାନୀ ଲକ୍‌ହିଡ୍ ମାର୍ଟିନ  ସମେତ ଅନ୍ୟ ୭୦ କମ୍ପାନୀ ସେମାନଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି।  ଏଣୁ ସିଙ୍ଗାପୁର ଏୟାର ସୋକୁ ନେଇ ଏବେ ଆଶଙ୍କା ଦେଖାଦେଇଛି।

{"id":222517,"sizeSlug":"large"}

ସୂଚନା ଯୋଗ୍ୟଯେ ଚୀନରେ ଭୂତାଣୁ ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୮ଶହ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ହଜାର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଚୀନରୁ ଏହି ଭୂତାଣୁ ଏବେ ବିଶ୍ୱର ୨୫ଟି ଦେଶକୁ ପହଞ୍ଚିସାରିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଚଳିତବର୍ଷ ୧୧ ଫେବୃଆରୀ ମଙ୍ଗଳବାର ସିଙ୍ଗାପୁର ଏୟାର ସୋ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଚୀନରେ ଭୂତାଣୁ ସଂକ୍ରମଣକୁ ଦେଖି ଏଥର କାର୍ଯ୍ୟକ୍ରମକୁ ଅଧିକ ଲୋକଙ୍କୁ ନ ଆଣିବା ଲାଗି ନିଷ୍ପତ୍ତି ହୋଇଛି। ଏଣୁ କମ୍ ଟିକେଟ୍ ବିକ୍ରି ହୋଇଥିବା ଜଣାପଡିଛି। ତେବେ କାର୍ଯ୍ୟକ୍ରମ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ଆୟୋଜକ।

wp:html /wp:html

ପ୍ରଦର୍ଶନୀ ଆରମ୍ଭ ପୂର୍ବରୁ ଏଠାରେ ଅନୁଷ୍ଠିତ ଏକ୍ସପେରିଆ ଇଭେଣ୍ଟରେ ଆୟୋଜକ ଏହା ଏକ ୬ ଦିବସୀୟ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ତେବେ ଚୀନ, ଆମେରିକା ଓ ଅନ୍ୟ ଦେଶମାନେ ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ଭାଗନେବେନାହିଁ ବୋଲି କହିଛନ୍ତି। ତେବେ ଯେତିକି କମ୍ପାନୀ ଏହି କାର୍ଯ୍ୟକ୍ରମରୁ ଓହରିଯାଇଛନ୍ତି ତାହା ମୋଟ କମ୍ପାନୀଙ୍କ ସଂଖ୍ୟାର ମାତ୍ର ୮ ପ୍ରତିଶତ ବୋଲି ଆୟୋଜକ କହିଛନ୍ତି। ଏଣୁ ପ୍ରଦର୍ଶନୀ ଉପରେ ତାର କୌଣସି ପ୍ରଭାବକୁ ସେମାନେ ଅଗ୍ରାହ୍ୟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.