previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଓଡିଆ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି, ରବିବାର ଦେଖିବାକୁ ମିଳିବ ‘ସିନେ ମହାମିଳନ’

2/07/2022 at 9:11 AM

ଭୁବନେଶ୍ୱର ୦୨/୦୭: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି “ସିନେ ମହାମିଳନ” । ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ । ଏହି ମହାମଞ୍ଚରେ ଓଡିଶା ସିନେ ଇଣ୍ଡଷ୍ଟ୍ରିର ସବୁ ମେଗାଷ୍ଟାରମାନଙ୍କୁ ଦେଖିବାକୁ ପାଇବେ । ଯେଉଁମାନେ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇବେ ।

ସିଦ୍ଧାନ୍ତ, ବାବୁସାନ, ଅରିନ୍ଦମ, ସବ୍ୟସାଚ୍ଚୀ,ଶ୍ରୀତମ ଦାସ, ବୁଦ୍ଧାଦିତ୍ୟ, ସ୍ୱରାଜ, ଜ୍ୟୋତି, ଦେବାଶୀଷ, ଆକାଶ, ପୁପିନ୍ଦର ଓ ରାକେଶଙ୍କ ସହ ମହାଶ୍ୱେତା ରାୟ, ଅନୁ ଚୌଧୁରୀ, ଭୂମିକା, ଶିବାନୀ, ନିକିତା ମିଶ୍ର, ଶୀତଳ, ସୂର୍ଯ୍ୟମୟୀ, ପ୍ରକୃତି,ଏଲି,ତମ୍ମନା ବ୍ୟାସ, ଦିବ୍ୟା, ବିଦୁସ୍ମିତା ଓ ଉଷସୀ ମିଶ୍ରଙ୍କ ଏମିତି ବହୁତସାରା ମେଗାଷ୍ଟାରଙ୍କୁ ଗୋଟିଏ ମଂଚରେ ଦେଖିବାକୁ ପାଇବେ ।

ଧମାକାଦାର ପରଫମାନ୍ସ ସହ ନାଚଗୀତର ଆସରରେ ଝୁମିବ ପୁରା ଓଡିଶା । ସବୁ ମେଗାଷ୍ଟାରମାନଙ୍କୁ ଏକାଠି ଗୋଟିଏ ମଂଚରେ ଦେଖିବାକୁ ସମସ୍ତଙ୍କର ଆଗ୍ରହ ଓ ଉତ୍ସାହ ବଢ଼ିଚାଲିଛି । ଏହି କାର୍ଯ୍ୟକ୍ରମରେ ନାଚଗୀତ ସାଙ୍ଗକୁ ଆହୁରି ବହୁତ କିଛି ମଜାମସ୍ତି ଦେଖିବାକୁ ମିଳିବ । ଏହା ଏକ ଭିନ୍ନ ଧରଣର ମନୋରଂଜନର କାର୍ଯ୍ୟକ୍ରମ ଯେଉଁଥିରେ ଓଲିଉଡର ସମସ୍ତ ମେଗାଷ୍ଟାର ମାନେ ଅଂଶଗ୍ରହଣ କରିଛନ୍ତି ।

ଓଡିଆ ମନୋରଂଜନ ଚ୍ୟାନେଲ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଜୀ ସାର୍ଥକରେ ଦେଖିବାକୁ ମିଳିବ । ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଦେଖନ୍ତୁ ଜୀ ସାର୍ଥକରେ ‘ସିନେ ମହାମିଳନ’ ।

   Related Posts