ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ହାରିଲେ ସିନ୍ଧୁ

Published By : Prameya-News7 Bureau | August 05, 2018 IST

ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ହାରିଗଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ପି.ଭି. ସିନ୍ଧୁ । ଆଜି ଟୀନର ନାନଜିଙ୍ଗରେ ଖେଳାଯାଇଥିବା ଫାଇନାଲରେ ସ୍ପେନର ଅଲମ୍ପିକ୍ ବିଜେତା କାରୋଲିନା ମରିନଙ୍କଠାରୁ ହାରି ଯାଇଛନ୍ତି । ୨୧-୧୯ ଓ ୨୧-୧୦ ସେଟରେ କାରୋଲିନାଙ୍କଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ଫାଇନାଲରେ ହାରି ସିନ୍ଧୁ ରୌପ୍ୟ ପଦକ ଜିତିଛନ୍ତି ।ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଏହା ହେଉଛି ସିନ୍ଧୁଙ୍କର ଦ୍ବିତୀୟ ରୌପ୍ୟ ପଦକ ।ଗତବର୍ଷ ମଧ୍ୟ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରି ସିନ୍ଧୁ ଜାପାନର ନାଜୋମୀ ଓକୁହାରାଙ୍କଠାରୁ ହାରିଯାଇଥିଲେ ।ଗତକାଲି ସେମିଫାଇନାଲରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୬ ଓ ୨୪-୨୨ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.