ଗାଁରୁ ଛେଳି ଚୋରି ଘଟଣା, ପୋଲିସ ଏଏସଆଇଙ୍କୁ ନିଲମ୍ବିତ କଲେ ଏସ୍‌ପି

Published By : Prameya-News7 Bureau | January 01, 2022 IST

କଣ୍ଟାବାଞ୍ଜି ୦୧।୦୧:  ଛେଳି ଚୋରି ଘଟଣାରେ ପୋଲିସ ଏଏସଆଇ ନିଲମ୍ବିତ । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଏସ୍‌ଆଇ ସୁମନ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କଲେ ବଲାଙ୍ଗୀର ଏସ୍‌ପି ।

ଖବର ଅନୁଯାୟୀ, ପୋଲିସ ଏଏସଆଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରି ମାନେ ଏକ ଛେଳି ଚୋରି କରି ଭୋଜି କରୁଥିବା ଅଭିଯୋଗ ହୋଇଥିଲା । ଜୋର ଜବରଦସ୍ତ  ଛେଳି ମାଲିକକୁ ନ ଜଣାଇ ଛେଳି ମାରିଦେଇଥିବା  ଅଭିଯୋଗ ହୋଇଥିଲା । ୨ଟି ଛେଳିକୁ ପୋଲିସର କିଛି କର୍ମଚାରୀ ଛେଳିକୁ ମାରି ଦେଇଥିବା ଅଭିଯୋଗ କରିଥିଲେ ଗାଁ ଲୋକେ । ଥାନାକୁ ଆସି ଛେଳି ମାଂସ ଖାଇଥିବା ଅଭିଯୋଗ ହୋଇଛି । ତେଣୁ ଏହାର ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସଂକୀର୍ତ୍ତିନ ଗୁରୁ ଦାବି କରିଥିଲେ ।

ସେପଟେ ପୋଲିସ  ମାଂସ ଖାଇ ନଥିବା କହି ଓଲଟା  ଅଭିଯୋଗକାରୀଙ୍କୁ ଥାନାରେ ଅଟକ ରଖିଥିବାର ଅଭିଯୋଗ ଆସିଥିଲା  । ଏହାପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଥାନା ଘେରାଉ କରିଥିଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିବାକୁ ଲାଗିଥିଲା । ଯାହା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.