ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

‘ସିନ୍ଦେଙ୍କ ଗୋଷ୍ଠୀକୁ ଆସିବେ ୧୨ ଶିବସେନା ସାଂସଦ’ : ବଡ ଦାବି କଲେ କେନ୍ଦ୍ରମନ୍ତ୍ରୀ

12/07/2022 at 10:02 AM

ନୂଆଦିଲ୍ଲୀ, ୧୨/୦୭: ଶିବସେନାର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଦଳର ବିଧାୟକଙ୍କ ପରେ ଏବେ ସାଂସଦମାନେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେବା ନେଇ ଆଲୋଚନା ହେଉଛି । ଏଘଟଣାରେ ବଡ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ । ଉଦ୍ଧବ ଠାକରେଙ୍କ ୧୨ ସାଂସଦ ସିନ୍ଦେଙ୍କ ସମ୍ପର୍କରେ ରହିଥିବା ସେ ଦାବି କରିଛନ୍ତି ।

ରାଓସାହେବ କହିଛନ୍ତି ଯେ, ଶିବସେନା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ । କାରଣ ସେ ଆଦିବାସୀ । ଶିବସେନାର ୧୨ ସାଂସଦ ଦଳ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ ଏକନାଥଙ୍କ କ୍ୟାମ୍ପରେ ଜଲଦି ଯୋଗଦେଇପାରନ୍ତି । ସିନ୍ଦେଙ୍କ ଗୋଷ୍ଠୀ ହେଉଛି ପ୍ରକୃତ ଶିବସେନା । କାରଣ ତାଙ୍କ ପାଖରେ ଦୁଇ ତୃତୀୟାଂଶ ବିଧାୟକ ଅଛନ୍ତି ।

ସୂଚନାଯୋଗ୍ୟ, ସିନ୍ଦେ ୪୦ ବିଧାୟକଙ୍କ ସହ ଦଳରୁ ବାହାରି ଯାଇଥିଲେ । ତାଙ୍କୁ ୧୦ ସ୍ୱାଧିନ ବିଧାୟକଙ୍କ ସମର୍ଥନ ମିଳିଥିଲା । ଫଳରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାରର ପତନ ଘଟିଥିଲା । ସିନ୍ଦେ ଜୁନ ୩୦ ତାରିଖରେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏହାସହ ଜୁଲାଇ 4ରେ ସେ ବିଧାନସଭାରେ ଆସ୍ଥାଭୋଟ ଜିତିଥିଲେ ।

ସେପଟେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଶିବସେନା ସାଂସଦ ଦୁଇ ଭାଗ ହୋଇଯାଇଛନ୍ତି । ଗୋଟିଏପରେ ଏକାଧିକ ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ସପକ୍ଷରେ ଅଛନ୍ତି । ସୋମବାର ଏବାବଦରେ ଶିବସେନାର ଏକ ବୈଠକ ହୋଇଥିଲା । ଯେଉଁଥିରେ ୭ରୁ ଅଧିକ ସାଂସଦ ଅନୁପସ୍ଥିତ ଥିଲେ । ତେବେ ଉପସ୍ଥିତ ଥିବା ଅଧିକାଂଶ ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମତ ଦେଇଥିଲେ ।

   Related Posts