scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋଟିଏ ହାତରେ କ୍ୟାଚ୍ ଧରିଲେ ହେଟମାୟର : ଚକିତ ହୋଇଗଲେ ସାଥି ଖେଳାଳି ଓ ଦର୍ଶକ, ଭିଡିଓ ଭାଇରାଲ

11/08/2022 at 10:31 AM

ନୂଆଦିଲ୍ଲୀ, ୧୧|୦୮:ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ଓ୍ୱେଷ୍ଟ୍ ଇଣ୍ଡିଜ ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ୍ ଖେଳାଯାଉଛି । ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ୧୩ ରନରେ ବିଜୟ ହାସଲ କରିଛି ।  

ଏହାମଧ୍ୟରେ ଇଣ୍ଡିଜ ଷ୍ଟାର୍ ବ୍ୟାଟର ସିମରନ୍ ହେଟମାୟର ନିଜ ଦମଦାର ଫିଲ୍ଡିଂ ପ୍ରଦର୍ଶନ କରିଛନ୍ତି । ଯାହା ଦେଖିବା ପରେ ସମସ୍ତେ ପ୍ରଶଂସା କରୁଛନ୍ତି । ସେ ବାଉଣ୍ଡରୀ ଲାଇନରେ ଫିଲ୍ଡିଂ ବେଳେ ଗୋଟିଏ ହାତରେ ଏକ କ୍ୟାଚ୍ ନେଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଛି ।

ସୂଚନାନୁସାରେ, ଏହି ଘଟଣା ନ୍ୟୁଜିଲାଣ୍ଡ ବ୍ୟାଟିଂ ସମୟରେ ଅଷ୍ଟମ ଓଭରରେ ଘଟିଥିଲା । ଓଡିମ୍ ସ୍ମିଥ୍ ବୋଲିଂ କରୁଥିଲେ । ବ୍ୟାଟିଂ କରୁଥିଲେ ମାର୍ଟିନ ଗୁପ୍ଟିଲ । ସ୍ମିଥଙ୍କ ଏକ ଅଫ୍ ସାଇଡ ବଲରେ ଗୁପ୍ଟିଲ ଛକା ମାରିବାକୁ ଚେଷ୍ଟା କରିଥିଲେ । ସଟ୍ ବାଉଣ୍ଡରୀ ଲାଇନ୍ ଅତିକ୍ରମ କରିବ ବୋଲି ସମସ୍ତଙ୍କୁ ଲାଗୁଥିଲା । କିନ୍ତୁ ହେଟମାୟର ଡାଇଭ୍ କରି ଗୋଟିଏ ହାତରେ କ୍ୟାଚ୍ ନେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମ୍ୟାଚ୍ ଜିତିଲା ନ୍ୟୁଜିଲାଣ୍ଡ

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୮୫ ରନ୍ କରିଥିଲା । କେନ୍ ଓ୍ୱିଲମସନ୍ ୪୭ ଓ ଡେବାନ୍ କାମ୍ବେ ୪୩ ରନ୍ କରିଥିଲେ । ଇଣ୍ଡିଜ ୭ ଓ୍ୱିକେଟରେ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ନ୍ୟୁଜିଲାଣ୍ଡ ୧୩ ରନରେ ମ୍ୟାଚ୍ ଜିତି ନେଇଥିଲା ।

   Related Posts