ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି ଶିମିଳିପାଳ ଜାତୀୟ ଉଦ୍ୟାନ ; ମାତ୍ର ୨ଟି ଫାଟକରେ ପ୍ରବେଶ ଅନୁମତି

Published By : Prameya-News7 Bureau | November 01, 2018 IST

ମୟୁରଭଞ୍ଜ ୧|୧୧:  ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲୁଛି ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁଯାୟୀ ଚଳିତ ଥର ପିଠାବଟା ଓ କାଳିଆଣି ଦେଇ ମାତ୍ର ୨ଟି ଫାଟକରେ ପ୍ରବେଶ ଅନୁମତି ମିଳିଛି । ଏଥିସହିତ ପିଠାବଟା ଦେଇ ଦୈନିକ ୨୫ଟି ଚାରିଚକିଆ ଯାନ ପ୍ରବେଶ ଅନୁମତି ଦିଆଯିବା ସହ କାଳିଆଣି ଫାଟକ ଦେଇ ଦୈନିକ ୩୫ଟି ଚାରି ଚକିଆ ଯାନ ପ୍ରବେଶ ଅନୁମତି ମିଳିଛି । ଅଭୟାରଣ୍ୟରେ ପ୍ରବେଶ ପୂର୍ବରୁ ପର୍ଯ୍ୟଟକ ମାନେ ବିଭିନ୍ନ ନିୟମ ମାନିବା ସହ ୨ଟି ଫାଟକ କାଉଣ୍ଟରରୁ ସକାଳ ୬ ରୁ ଦିନ ୯ ମଧ୍ୟରେ ପ୍ରବେଶ ପାଇଁ ଟିକେଟ ପାଇପାରିବେ । ସେହିପରି ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକ ମାନେ ଅନଲାଇନ୍ ବୁକିଂ କରି ରାତ୍ରୀ ଯାପନ କରିବାର ସ୍ଥାନ ସଂରକ୍ଷଣ କରିପାରିବେ । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପର୍ଯ୍ୟଟକମାନଙ୍କୁ ପାଖାପାଖି ୪ଟା ସୁଦ୍ଧା ଅଭୟାରଣ୍ୟ ଛାଡିବାକୁ କଡାକଡି ନିର୍ଦ୍ଦେଶ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.