ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

Published By : Prameya-News7 Bureau | November 01, 2018 IST

 ଶମିଳିପାଳ;୧/୧୧- ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ଚଳିତ ବର୍ଷ ପିଠାବଟା ଓ ଜାମୁଆଣି ଦେଇ ୨ ଟି ଫାଟକରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ମିଳିଛି ସେହିପରି ବାଲେଶ୍ବର ନୀଳଗିରି କୁଲଡିହା ଅଭୟାରଣ୍ୟ ବି ଖୋଲିଛି ଚଳିତ ଥର ପିଠାବଟା ଓ ଜାମୁଆଣି ଦେଇ ୨ଟି ଫାଟକରେ ପ୍ରବେଶ ଅନୁମତି ମିଳିଛି । ପିଠାବଟା ଦେଇ ଦୈନିକ ୨୫ଟି ଚାରିଚକିଆ ଯାନ ପ୍ରବେଶ ଅନୁମତି ଦିଆଯାଇଥିବା ବେଳେ ଜାମୁଆଣି ଫାଟକ ଦେଇ ଦୈନିକ ୩୫ଟି ଚାରି ଚକିଆ ଯାନ ପ୍ରବେଶ ଅନୁମତି ମିଳିଛି ।ଏହି ଦୁଇ ଫାଟକ କାଉଣ୍ଟରରୁ ସକାଳ ୬ ରୁ ସକାଳ ୯ ମଧ୍ୟରେ ପ୍ରବେଶ ପାଇଁ ଟିକେଟ ମିଳିପାରିବ । ସେହିପରି ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକ ମାନେ ଅନଲାଇନ୍ ବୁକିଂ କରି ରାତ୍ରୀ ଯାପନ ପାଇଁ ସ୍ଥାନ ସଂରକ୍ଷଣ କରିପାରିବେ । ଅଭୟାରଣ୍ୟର ମଧ୍ୟରେ କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ ଏବଂ ଜାମୁଆଣୀ ଠାରେ ପର୍ଯ୍ୟଟକଙ୍କ ପାଇଁ ରହଣୀ ସହିତ ଖାଦ୍ୟପେୟର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପର୍ଯ୍ୟଟକମାନଙ୍କୁ ପାଖାପାଖି ୪ଟା ସୁଦ୍ଧା ଅଭୟାରଣ୍ୟ ଛାଡିବାକୁ କଡା ନିର୍ଦ୍ଦେଶ ରହିଛି ।ଏଥିସହ ଅଭୟାରଣ୍ୟରେ ପ୍ରବେଶ ପୂର୍ବରୁ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ ପର୍ଯ୍ୟଟକ ମାନେ ପାଳନ କରିବାକୁ କୁହାଯାଇଛି । ଆଜି ପ୍ରଥମ ଦିନରେ ପୀଠାବଟା ଗେଟ୍ ଦେଇ ଟି ଏବଂ ଜାମୁଆଣି ଗେଟ୍ ଦେଇ ଟି ଚାରିଚକିଆ ଯାନ ପ୍ରବେଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.