ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ : ରାସ୍ତା ନିର୍ମାଣ ସରିନଥିବାରୁ ବଢୁଛି ଅସନ୍ତୋଷ

Published By : Prameya-News7 Bureau | October 31, 2018 IST

କରଂଜିଆ ୩୧|୧୦:ଆସିଛି ପର୍ଯୟଟନ ଋତୁ, ପର୍ଯୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସହବାଜ ହେଉଛି ସମସ୍ତ ପର୍ଯୟଟନସ୍ଥଳି। ଆସନ୍ତା କାଲି ଅର୍ଥାତ ନଭେମ୍ବର ପହିଲାରୁ ଖୋଲିବ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ। ଯଶିପୁର ପ୍ରବେଶ ପଥ ଦେଇ ୩୫ ଟି ଓ ପିଠାବଟା ପ୍ରବେଶ ଦେଇ ୨୫ଟି ଚାରି ଚକିଆ ଯାନ ପ୍ରତ୍ୟେକ ଦିନ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି । ରାତ୍ରୀ ଯାପନ ପାଇଁ ପର୍ଯୟଟକ ମାନେ ଅନ୍ ଲାଇନ୍ ବୁକିଂ କରି ସ୍ଥାନ ସଂରକ୍ଷଣ କରିବା ବ୍ୟବସ୍ଥା କରାଯାଇଛି। ମୟୂରଭଂଜ ଜିଲ୍ଲା ରେ 2700ବର୍ଗ କି.ମି ପରିମିତ ଶିମିଳିପାଳ ଅଭୟାରଣ୍ୟ ଭିତରେ ରହିଛି ଅନେକ ପର୍ଯ୍ୟଟନସ୍ଥଳି ଯଥା- ବରେହିପାଣି, ଯୋରନ୍ଦା, ଉସ୍କି ଜଳପ୍ରପାତ। ରାତ୍ରୀ ଯାପନ ପାଇଁ ରହିଛି ଜାମୁଆଣି, ଗୁଡୁଗୁଡିଆ ଓ କୁମାରୀ ଠାରେ ଅତ୍ୟନ୍ତ ଆକର୍ଷଣୀୟ ବାଉଁଶ ଘର ସମେତ ସୁନ୍ଦର ସୁନ୍ଦର କଟେଜ୍ । ପର୍ଯ୍ୟଟକମାନଙ୍କ ମନରଂଜନ ପାଇଁ ହାତୀ ପିଠିରେ ବସି ଜଙ୍ଗଲ ବୁଲି ପ୍ରାକୃତିକ ପରିବେଶ ଉପଭୋଗ କରିବାପାଇଁ ହାତୀମାନଙ୍କୁ ରଖାଯାଇଛି। ଶିମିଳିପାଳର ପ୍ରାକୃତିକ ଦୃଶ୍ୟକୁ ଯିଏ କବେ ଦେଖିନାହିଁ,ସେ କବେ ହଲେ ବିଶ୍ବାସ କରି ପାରିବ ନାହିଁ ଯେ, ଶିମିଳିପାଳ ପ୍ରତି ପ୍ରକୃତିର ଯେଉଁ ଦାନ ରହିଛି ତାହା ପ୍ରାୟ ଅନ୍ୟ କୌଣସି ସ୍ଥାନ ଦେଖିବାକୁ ମିଳିନଥାଏ । ଅପରପକ୍ଷେ ରାସ୍ତାଘାଟର ସମ୍ପୁର୍ଣ୍ଣ ମରାମତି କାର୍ଯ୍ୟ ସରିନଥିବାବଳେ ଜାତୀୟ ଉଦ୍ୟାନ କୁ ଗାଡି ଗୁଡିକ କିଭିଳି ଭାବେ ପ୍ରବେଶ କରିବ ସେ ନେଇ ବରେହିପାଣି ଗ୍ରା.ପ ର ସରପଂଚ ଶ୍ରୀ ଜୁଜେର୍ ବାନସିଂ ପ୍ରଶ୍ନ କରିଛନ୍ତି ।ସେ କହିନ୍ତି ଯେ, ନଭେମ୍ବର ପହିଲା ବେଳକୁ ରାସ୍ତା କାମ ସଂମ୍ପୂର୍ଣ୍ଣ ନହଲେ ପର୍ଯୟଟକମାନଙ୍କୁ କାଳିକା ପ୍ରସାଦ ଗେଟ୍ ଦେଇ ପ୍ରବେଶକୁ ବିରୋଧ କରାଯିବ । ଧାରଣା ଓ ରାସ୍ତା ଅବରୋଧ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.