Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ମୟୂରଭଞ୍ଜରେ କାଳବୈଶାଖୀ ବର୍ଷା, ଶାନ୍ତ ପଡ଼ିଲା ଶିମିଳିପାଳ ନିଆଁ

19/03/2023 at 3:00 PM

ବାରିପଦା ୧୯।୦୩ : ମୟୂରଭଞ୍ଜରେ କାଳବୈଶାଖୀ ବର୍ଷା । କାଳବୈଶାଖୀ ଯୋଗୁଁ ଶାନ୍ତ ପଡ଼ିଛି ଶିମିଳିପାଳ ନିଆଁ। ବାରିପଦା ସହିତ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଗତ କିଛି ଦିନ ହେଲା ଜୁଳୁଥିବା ଶିମିଳିପାଳର ନିଆଁ ଶାନ୍ତ ପଡିଛି। ଯାହା ବନ ବିଭାଗ ସହିତ ଲୋକଙ୍କୁ ଆଶ୍ବସ୍ତି ଦେଇଛି। ଅପରାହ୍ଣରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇଥିଲା । ସନ୍ଧ୍ୟାରେ ପୁଣି ମୂଶଳ ଧାରା ବର୍ଷା ଯୋଗୁଁ ଜଙ୍ଗଲ ନିଆଁ ଲିଭିଥିବା ଦେଖିବାକୁ ମିଲିଛି ।

ଶିମିଳିପାଳରେ ଗତ ୩ ସପ୍ତାହ ଧରି ଜଙ୍ଗଲ ଜଳୁଥିବା ବେଳେ ନିଆଁ ଲିଭାଇବା କାର୍ଯ୍ୟରେ ଅନେକ ବନକର୍ମଚାରୀ ନିୟୋଜିତ ଥିଲେ । ତେବେ ପଶ୍ଚିମା ଝଡ ପ୍ରଭାବରେ ଆଜି ଶିମିଳିପାଳରେ ବ୍ୟାପକ ବର୍ଷା ହୋଇଥିଲା । ଆଉ ଏହି ବର୍ଷା ଯୋଗୁଁ ନିଆଁ ସଂପୂର୍ଣ୍ଣ ଲିଭିଯାଇଥିଲା । ଏହି ଖୁସିରେ ଆତ୍ମହରା ହୋଇ ବାଙ୍ଗିରିପୋଷି ରେଞ୍ଜ ର ସାମାୟ ସୋରେନ ନାମକ ଜଣେ ବନ କର୍ମାଚରୀ ରିଲ କରିଥିଲେ । ଯାହା ଏବେ ଭାଇରାଲ ହେବା ସହ ପ୍ରଶଂସା ସାଉଁଟୁଛି ।

   Related Posts