୨ ଦିନ ଶିମିଳିପାଳ ବନ୍ଦ : କେବଳ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଅନୁମତି

Published By : Prameya-News7 Bureau | December 31, 2021 IST

କରଞ୍ଜିଆ,୩୧/୧୨: ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ଏବଂ ଶନିବାର ଶିମିଳିପାଳ ବନ୍ଦ । ଘନ କୁହୁଡ଼ିଆ ପାଗରେ ରାସ୍ତା ଠିକ୍ ଭାବେ ଦେଖାଯାଉନଥିବାରୁ  ଶୁକ୍ରବାର ଏବଂ ଶନିବାର ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ।

କେବଳ ରାତ୍ରୀ ଯାପନ ପାଇଁ ପୂର୍ବରୁ ବୂକିଙ୍ଗ କରିଥିବା ପର୍ଯ୍ୟଟକ ମାନେ ଭିତରକୁ ଯିବାର ଅନୁମତି ରହିଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦେଶକ ସାଇ କିରଣ ଡି.ଏନ । ତେବେ ଆଗକୁ ପାଗ ଶୁଖିଲା ରହିଲେ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଖୋଲିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.