ମୁମ୍ବାଇ ୨୪|୧: ଗତ ବର୍ଷ ବିବାହ ପରେ ରଣବୀରଙ୍କର ପ୍ରଥମ ସିନେମା ଶିମ୍ୱା ରିଲିଜ ହୋଇଥିଲା। ଫିଲ୍ମ ହିଟ୍ ହେବା ସହ ଅନେକ ବିବାଦ ସୃଷ୍ଟି କରିଛି। ଦର୍ଶକ ସିନେମାରେ ଥିବା ରେପ ସିନ୍ର ବିରୋଧ କରିଛନ୍ତି । ତେବେ ଶିମ୍ୱାର ନିର୍ଦେଶକ ରୋହିତ୍ ଶେଟ୍ଟୀ ଏହି ବିବାଦ ବିଷୟରେ ନିଜର ମତ ରଖିଛନ୍ତି। ଏହି ବିବାଦ ନେଇ ରଣବୀର ମଧ୍ୟ ସାକ୍ଷାତକାରରେ କହିଛନ୍ତି ଯେ ଏହି ସବୁ ଆଲୋଚନାର ଖବର ତାଙ୍କ ଉପରେ କିଛି ପ୍ରଭାବ ପକାଏ ନାହିଁ। ତାଙ୍କୁ ଏହି ସବୁ ଚର୍ଚ୍ଚରେ କିଛି ଫରକ ପଡେନି ବୋଲି କହିଥିଲେ ରଣବୀର।
{"id":77484,"width":592,"height":304}ତାଙ୍କ ଅନୁସାରେ ବିବାଦରେ ଥିବା ରେପ ସିନ୍ ଜଡିତ ପ୍ରଶ୍ନର ସଠିକ୍ ଉତ୍ତର ରୋହିତ୍ ଦେଇପାରିବେ। ଏହା ନେଇ ଅଧିକ ଚର୍ଚ୍ଚା ଓ ଚିନ୍ତା ନ କରିବାକୁ ରଣବୀର ଦର୍ଶକଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଶିମ୍ୱା ଗୋଟେ ଏଣ୍ଟରଟେନିଂ ଫିଲ୍ମ। ଏହା ପ୍ରଥମ ଚଳଚ୍ଚିତ୍ର ନୁହଁ ଯଉଥିରେ ରେପ ଭଳି ମୁଦ୍ଦା ଉଠାଯାଇଛି। ସିନେମା ଜରିଆରେ ଲୋକଙ୍କୁ କିଛି ଶିକ୍ଷା ଦିଆଯାଇଛି। ଏହି ନଜରରେ ଭାବିଲେ ବିବାଦ ହବାର ପ୍ରଶ୍ନ ଉଠୁନାହିଁ ବୋଲି ରୋହିତ୍ ଶେଟ୍ଟୀ କହିଥିଲେ।
{"id":77485,"width":593,"height":445}ବିନା କିଛି କଟ୍ ରେ ସିନେମା ରିଲିଜ ହୋଇଛି। ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ ଶୀମ୍ୱା ବକ୍ସ ଅଫିସ୍ରେ ଧମାଲ କରିଛନ୍ତି।୧୧ ଦିନରେ ଫିଲ୍ମ ୨୦୦ କୋଟି ଟଙ୍କା ଲାଭ କରିଥିଲା। ଶିମ୍ୱା ଚଳଚ୍ଚିତ୍ର ୨୦୧୮ ମସିହାରେ ଅଧିକ ଲାଭ କରିଥିବା ଫିଲ୍ମ ମଧ୍ୟରୁ ତିନି ନମ୍ୱରରେ ଥିଲା। ସଞ୍ଜୁ ବକ୍ସ ଅଫିସ୍ରେ ୩୪୧ କୋଟି ଟଙ୍କା ଏବଂ ପଦ୍ମାବତ ୩୦୦ କୋଟି ଟଙ୍କା ବ୍ୟବସାୟ କରିଥିଲା। ସାଉଥ ସିନେମା ଟେମ୍ପରର ରିମେକ୍ ଶିମ୍ୱା ହିଟ୍ ହୋଇଥିଲା।
{"id":77486,"width":592,"height":333}ଚଳିତ ବର୍ଷ ରଣବୀର ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଲୀ ବଏକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଗଲୀ ବଏ ଫିଲ୍ମ ମୁମ୍ବାଇର ଅସନା ବସ୍ତି ଉପରେ ଆଧାରିତ। ମୁମ୍ବାଇ ବସ୍ତିରେ ରହୁଥିବା ସାଧାରଣ ମୁସଲିମ୍ ପରିବାରର କାହାଣୀ ସିନେମାରେ ଦେଖାଯାଇଛି। କାହାଣୀରେ ମୁସଲିମ୍ ପରିବାରରେ ଆର୍ଥିକ ସ୍ଥିତି କିଛି ଠିକ୍ ନଥିବ। କିନ୍ତୁ ପରିବାରରେ ଜନ୍ମ ନେଇଥିବା ପୁଅର ଇଚ୍ଛା ରାପ୍ପର ହେବାକୁ ଥିବ। ମୁଖ୍ୟ ଭୂମିକାରେ ରଣବୀରଙ୍କ ବିପକ୍ଷରେ ଆଲିୟା ଭଟ୍ଟ ଅଭିନୟ କରୁଛନ୍ତି। ସିମେମାରେ ଆଲିୟା ମୁସଲିମ୍ ଝିଅର ଭୂମିକାରେ ଦେଖିବାକୁ ମିଳିବେ। ଉଭୟଙ୍କ ସହ ଅଭିନେତ୍ରୀ କଲ୍କୀ କେକ୍ଲା ମଧ୍ୟ ଅଭିନୟ କରୁଛନ୍ତି।
{"id":77487,"width":591,"height":443}ବଲିଉଡ ଅଭିନେତା ରଣବୀର ସିଂହ, ରଣବୀର ସିଂହ ଭବାନୀ ନାଁରେ ମଧ୍ୟ ସୁପରିଚିତ। ୧୯୮୫ ମସିହା, ଜୁଲାଇ ୬ ତାରିଖ ମହାରାଷ୍ଟ୍ରରରେ ସିନ୍ଧି ପରିବାରରେ ରଣବୀରଙ୍କର ଜନ୍ମ ହୋଇଥିଲା। ରଣବୀର ହିନ୍ଦି ସିନେମା ଜଗତର ଜଣେ ଦାମୀ ଅଭିନେତା। ବଲିଉଡର ହିଟ୍ ଅଭିନେତା ରଣବୀର ବହୁତ ଝିଅଙ୍କ ଦିଲ୍ରେ ରାଜ କରନ୍ତି। ଅନେକ ଆୱାର୍ଡ ସହ ୨ଟି ଫିଲ୍ମଫେଆର ଆୱାର୍ଡ ହାସଲ କରିଛନ୍ତି ରଣବୀର। ୨୦୧୦ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ। ୟଶରାଜ ଫିଲମ୍ସର ରୋମାଣ୍ଟିକ କମେଡି ଫିଲ୍ମ ବ୍ୟାଣ୍ଡ ବାଜା ବାରାତରେ ରଣବୀରଙ୍କୁ ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ମିଳିଥିଲା।
{"id":77488,"width":595,"height":418}୨୦୧୫ ମସିହାରେ ସଞ୍ଜୟ ଲୀଲା ଭଂଶାଲିଙ୍କ ଫିଲ୍ମ ଗଲିୟୋଁ କି ରାସଲିଲା ରାମଲୀଲା ଏବଂ ବାଜିରାଓ ମସ୍ତାନୀରୁ ରଣବୀର ଅନେକ ପ୍ରତିଷ୍ଠା ଲାଭ କରିଥିଲେ। ମୁଖ୍ୟ ଭୂମିକାରେ ରଣବୀରଙ୍କ ବିପକ୍ଷରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା। ୨୦୧୮ ମସିହାରେ ପଦ୍ମାବତ ଫିଲ୍ମରେ ତାଙ୍କ ଅଭିନୟ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ ରଣବୀର। ଏବେ ବଲିଉଡରେ ରଣବୀର ଏମିତି ଏକ ଅଭିନେତା ଯିଏ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି। ଗତ ବର୍ଷ ରଣବୀର ଓ ଦୀପିକାଙ୍କ ବିବାହ ହୋଇଥିଲା, ଯାହା ଏବେ ମଧ୍ୟ ଚର୍ଚ୍ଚାରେ ଅଛି।