ବିଜେଡି ଛାଡ଼ିଲେ ବିଧାୟିକା ସୀମାରାଣୀ ନାଏକ, ଆଜି ଟିକେଟ୍ କାଟିଥିଲା ଦଳ

Published By : Prameya-News7 Bureau | April 22, 2024 IST

ଭୁବନେଶ୍ଵର:  ବିଜୁ ଜନତା ଦଳକୁ ଝଟକା। ଦଳ ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୋମବାର ବିଧାନସଭାରେ ଛଅ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ଏଥିରେ ବିଧାୟିକା ସୀମାରାଣୀଙ୍କ ଟିକେଟ୍ କାଟିଥିଲା ବିଜେଡି। ଆଉ ଏହାର ପ୍ରତିବାଦରେ ସେ ବିଜେଡିକୁ ବାଏ ବାଏ  କହିଛନ୍ତି।

Also read: ମିଳିଲାନି ଟିକେଟ୍, ଉପକୂଳରୁ ଉପାନ୍ତ ଚାରିଆଡ଼େ ଅସନ୍ତୋଷର ନିଆଁ

ଆଜି ବିଜେଡି ଛଅଟି ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଥିଲା। ହିନ୍ଦୋଳରୁ ବିଧାୟିକା ସୀମାରାଣୀଙ୍କ ଟିକେଟ୍ କାଟି ବିଜେଡି ବରିଷ୍ଠ ନେତା ମହେଶ ସାହୁଙ୍କ ପ୍ରାର୍ଥୀ କରିଛି। ମହେଶ ସାହୁ ଢେଙ୍କାନାଳ ଲୋକସଭାରୁ ସାଂସଦ ଥିବା ବେଳେ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିନି। କିନ୍ତୁ ହିନ୍ଦୋଳ ସିଟ୍‌ରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି। ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ସୀମାରାଣୀ ଆଜି ବିଜେଡି ଛାଡିଛନ୍ତି। 

ଆଜି ଘୋଷଣା କରାଯାଇଥିବା ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ। ହିନ୍ଦୋଳରେ ପ୍ରଥମ ଥର ଲଢିବେ ମହେଶ ସାହୁ। ହିନ୍ଦୋଳ ହେଉଛି ବିଜେଡିର ଗଡ଼। ୨୦୦୦ ମସିହା ପରଠୁ ଏଠାରେ ବିଜେଡି ପ୍ରାର୍ଥୀ ଲଗାତାର ଜିତି ଆସିଛନ୍ତି। 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.