ଜାନୁଆରୀ ୭ ସୁଦ୍ଧା ଏହି କାମ ନ କଲେ ବନ୍ଦ ହୋଇଯିବ ଆପଣଙ୍କ ସିମ୍ କାର୍ଡ

Published By : Prameya-News7 Bureau | January 06, 2022 IST

ନୂଆଦିଲ୍ଲୀ ୦୬/୦୧ : ଯଦି ଆପଣ ମୋବାଇଲ ୟୁଜର୍ସ ହୋଇ କମ୍ପାନୀ ନିୟମ ଫଲୋ କରୁନାହାନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହିଭଳି ୟୁଜର୍ସଙ୍କୁ ଟେଲିକମ ବିଭାଗ ଜାନୁଆରୀ ୭ ଯାଏଁ ସମୟ ଦେଇଛି। ଆବଶ୍ୟକ କାମ ନ କଲେ ୟୁଜର୍ସଙ୍କ ସିମ କାର୍ଡ ବନ୍ଦ କରିଦିଆଯିବ।

ସୂଚନା ଅନୁଯାୟୀ, ଗତ ଡିସେମ୍ବର ୭ରେ ନୂଆ ଆଦେଶ ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ୯ରୁ ଅଧିକ ସିମ କାର୍ଡ ରଖୁଥିବା ୟୁଜର୍ସଙ୍କୁ ସିମ କାର୍ଡ ଭେରିଫିକେସନ କରାଇବା ଅନିବାର୍ଯ୍ୟ। ନିୟମ ଲାଗୁ ହେବାର ୩୦ ଦିନ ଭିତରେ ଭେରିଫିକେସନ କରାଇବାକୁ ହେବ। ଜାନୁଆରୀ ୭ ପୂର୍ବରୁ ନ କଲେ ଆଉଟଗୋଇଙ୍ଗ ସର୍ଭିସ ବନ୍ଦ କରିବାକୁ ଆଦେଶ ଦିଆଯାଇଛି। ଏହାସହ ଇନକମିଙ୍ଗ କଲ ସୁବିଧା ୪୫ ଦିନରେ ବନ୍ଦ କରିବାକୁ ଆଦେଶ ଦିଆଯିବ। ଯଦି ଆପଣ ସିମ ବ୍ୟବହାର କରୁନାହାନ୍ତି ତାହେଲେ ସେରେଣ୍ଡର ଅପ୍ସନ ମଧ୍ୟ ଦିଆଯାଇଛି।

ଯଦି ବ୍ୟାଙ୍କ, ଲ ଇନ୍ଫୋର୍ସମେଣ୍ଟ କିମ୍ବା କୌଣସି ଅର୍ଥୀକୁ ସଂସ୍ଥା ଦ୍ୱାରା ମୋବାଇଲ ନମ୍ବରର ଅଭିଯୋଗ ହୁଏ ତାହେଲେ ୟୁଜର୍ସଙ୍କ ସିମରେ ଆଉଟଗୋଇଙ୍ଗ କଲ ସେବା ୫ ଦିନରେ ବନ୍ଦ ହୋଇଯିବ। ଇନକମିଙ୍ଗ କଲ ସେବା ୧୦ ଦିନରେ ବନ୍ଦ ହୋଇଯିବ। ଅର୍ଥାତ ସିମ ୧୫ ଦିନରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ତେବେ ବିକଳାଙ୍ଗଙ୍କ ପାଇଁ ଏହି ଅବଧି ୬୦ ଦିନର ରହିଛି। ସେଥିପାଇଁ ଠିକ ସମୟରେ ଭେରିଫିକେସନ କରାଇ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.