ପୁରୀ ୫।୧୦: ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରୁ ରୂପା ସିପ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୧ଟି ବାକ୍ସରେ ୫ କ୍ବିଣ୍ଟାଲ ରୂପା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରାଯାଇଛି । ଆସନ୍ତା ଶ୍ରୀଗୁଣ୍ଡିଚା ସମୟରେ ଶ୍ରୀମନ୍ଦିର କଳାହାଟ ଦ୍ବାରରେ ହେବ ରୂପା ଛାଉଣୀ । ଏଥିପାଇଁ ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରେ ମହଜୁଦ ଥିଲା ୫ କ୍ବିଣ୍ଟାଲ ରୂପା । ରୂପାର ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର ଜିଲ୍ଲା କୋଷାଗାରକୁ ସିଫ୍ଟ କରାଯାଉଛି । ତେବେ ସେପଟେ ୭ଟି ଦ୍ବାରର ରୂପା ଛାଉଣୀ ସରିଥିବା ବେଳେ ରଥଯାତ୍ରା ବେଳେ କଳାହାଟ ଦ୍ବାର ରୂପା ଛାଉଣୀ ବେଳେ ନୀତିକାନ୍ତି ପ୍ରଭାବିତ ହେବନାହିଁ ।
{"id":522588,"width":752,"height":414,"sizeSlug":"full","linkDestination":"none"}ସେପଟେ ଏତେ ପରିମାଣର ରୂପାକୁ ୯-୧୦ ମାସ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖିବା ସୁରକ୍ଷିତ ନୁହେଁ । ଏଣୁ ଏହା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୪ ତାରିଖରେ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ଜିଲ୍ଲାପାଳଙ୍କଠାରୁ ଅନୁମୋଦନ ମିଳିବା ପରେ ମଙ୍ଗଳବାର ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସିଫ୍ଟ କରାଯାଉଛି । ଜଉମୁଦ ଦିଆଯାଇ ଜିଲ୍ଲା କୋଷାଗାରରେ ରଖାଯାଉଛି ରୂପା ଛାଉଣୀ ପାଇଁ ଆସିଥିବା ବଳକା ୫ କ୍ବିଣ୍ଟାଲ ରୂପା । ଶ୍ରୀମନ୍ଦିର ପ୍ରଶାସନର ଚିଠି ମୁତାବକ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ତାହା ଜିଲ୍ଲା କୋଷାଗାରକୁ ସିଫ୍ଟ କରାଯାଉଛି । ଆଉ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
{"id":522589,"width":753,"height":414,"sizeSlug":"full","linkDestination":"none"}ସେପଟେ ୭ଟି ଦ୍ବାରର ରୂପା ଛାଉଣୀ କାମ ସରିଛି । ବେହରଣ ଦ୍ବାର, ଜୟବିଜୟ ଦ୍ବାର, ସାତ ପାହାଚ ଦ୍ବାର, ଭୋଗମଣ୍ଡପ ଦ୍ବାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ବାର ରୂପାଛାଉଣୀ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେବଳ ବାକି ରହିଛି କଳାହାଟ ଦ୍ବାରର ରୂପା ଛାଉଣୀ । ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ବାରର ରୂପାଛାଉଣୀ କରାଯିବ। ରୂପାଛାଉଣୀ ନହେବା ପର୍ଯ୍ୟନ୍ତ କଳାହାଟ ଦ୍ବାରର ରୂପାଛାଉଣୀ ପାଇଁ ରହିଥିବା ସମସ୍ତ ୫ ଶହ କେଜି ରୂପାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା।
{"id":522591,"width":755,"height":415,"sizeSlug":"full","linkDestination":"none"}ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗ ରୁମରେ ଏହି ରୂପାକୁ ରଖିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୪ ତାରିଖରେ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରାୟ ୧୧ଟି ବାକ୍ସରେ ରହିଛି ୫ ଶହ କେଜିର ରୂପା । ଯେହେତୁ କଳାହାଟ ଦ୍ବାରର ରୂପାଛାଉଣୀ କାମ ଆରମ୍ଭ ହେବାକୁ ଆହୁରି ପ୍ରାୟ ୯ କିମ୍ବା ୧୦ ମାସ ସମୟ ରହିଛି । ଏଣୁ ଏତେଦିନ ଏତେ ପରିମାଣର ରୂପା ଶ୍ରୀମନ୍ଦିର ପ୍ରଶାସନ ନିଜ ନିୟନ୍ତ୍ରଣରେ ରଖିବାକୁ ସୁରକ୍ଷିତ ମଣିନଥିଲେ। ଯାହା ଫଳରେ ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗରୁମରେ ରହିଲେ ରୂପା ସୁରକ୍ଷିତ ରହିପାରିବ ବୋଲି ହୃଦବୋଧ କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ।