scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କମିଲା ରୂପାଦର , ଜାଣନ୍ତୁ ଏତିକି ରହିଛି ୧୦ ଗ୍ରାମ ସୁନାଦର

21/12/2019 at 3:36 PM

ନୂଆଦିଲ୍ଲୀ ୨୧।୧୨ – ସୁନା ଓ ରୂପାର ଦର ଏବେ ପ୍ରତିଦିନ ପରିବର୍ତ୍ତନ ହେଉଛି । ଲଗାତର ତୃତୀୟଦିନ ପାଇଁ ସୁନାଦର ସାମାନ୍ୟ ବୃଦ୍ଧି ପାଇଛି । ଦିଲ୍ଲୀର ଗହଣା ବଜାରରେ ସୁନା ପ୍ରତି ୧୦ ଗ୍ରାମ ଶନିବାରରେ ୧୨ ଟଙ୍କା ବୃଦ୍ଧି ପାଇଥିଲା। ମାତ୍ର ରୂପା କିଲୋପ୍ରତି ୬୫ ଟଙ୍କା ହ୍ରାସ ହୋଇଛି ।

ସୁନାର ନୂଆ ଦର ଗୁରାବାରରେ ଏମ୍‌ସିଏକ୍ସ ମାର୍କେଟରେ ପ୍ରତି ୧୦ ଗ୍ରାମ ୩୮,୭୯୨ ଟଙ୍କା ଥିଲା । ପରେ ଏହା ସାମାନ୍ୟ ବୃଦ୍ଧି ପାଇ ୩୮,୮୦୪ ଟଙ୍କାରେ ପହଞ୍ଚିଥିଲା । ବୁଧବାରରେ ନ୍ୟୁୟର୍କରେ ସୁନା ପ୍ରତି ଆଉନସ୍‌ ୧,୪୭୫.୫୦ ଡଲାରରେ ପହଞ୍ଚିଥିଲା । ରୂପା ଦର ପ୍ରତି ଆଉନସ୍‌ ୧୬.୯୪ ଡଲାର ଥିଲା ।

ଗୁରୁବାରରେ ରୂପାଦର ପ୍ରତି କିଲୋ ହ୍ରାସ ପାଇ ୪୫,୪୮୫ ଟଙ୍କାରେ ପହଞ୍ଚିଥିଲା ।

ଏକ୍ସପର୍ଟଙ୍କ ମତ –
ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ସିନିୟର ଏନାଲିଷ୍ଟ ତପନ ପଟେଲ୍‌ଙ୍କ ଅନୁସାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିବାରୁ ସୁନାଦର ସାମାନ୍ୟ ବୃଦ୍ଧି ପାଇଛି। ଗୁରୁବାରରେ ଡଲାର ତୁଳନାରେ ଟଙ୍କା ୧୧ ପଇସା ହ୍ରାସ ପାଇଥିଲା । ସେହପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପାର ଦର ହ୍ରାସ ପାଇଛି ।

ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସୁନାଦର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ବାରତରେ ପ୍ରତି ୧୦ ଗ୍ରାମସ ଶୁଦ୍ଧ ସୁନା ବା ୨୪ କ୍ୟାରେଟ୍‌ ସୁନାର ଦର ୪୦ ହଜାର ଟଙ୍କା ପାର କରିଥିଲା। ଏହା ପରେ ସୁନାଦର ଧୀରେ ଧୀରେ ହ୍ରାସ ପାଇଥିଲା ।

Gold on the famous “Golden souk” in Dubai

ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପାର ଦର ହ୍ରାସ ପାଇଥିଲା ।

   Related Posts