JIO ପ୍ଲାଟଫର୍ମରେ ୫,୬୫୫.୭୫କୋଟି ଟଙ୍କା ନିବେଶ କରିବେ Silver lake

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୪।୫: ଫେସ୍‌ ବୁକ୍‌ ପରେ ଜିଓ ପ୍ଲାଟଫର୍ମରେ ନିବେଶ ଘୋଷଣା କରିଛନ୍ତି ସିଲଭର ଲେକ୍‌। ଜିଓ ପ୍ଲାଟଫର୍ମରେ ଘରୋଇ ଇକ୍ୱିଟି ଫାର୍ମ ସିଲଭର ଲେକ୍‌ ୭୫୦ ମିଲିୟନ ଡଲାର ଅର୍ଥାତ ୫,୬୫୫.୭୫କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ପରେ ରିଲାଏନ୍ସ ଜିଓ ପ୍ଲାଟଫର୍ମ ଭାଲ୍ୟୁ ୪.୯ ଲକ୍ଷ କୋଟି ଟଙ୍କା ହୋଇଯିବ। ଜିଓ ପ୍ଲାଟଫର୍ମର ୧.୧୫ ପ୍ରତିଶତ ଇକ୍ୱିଟି ସିଲଭର ଲେକ୍‌ କ୍ରୟ କରିବାକୁ ଥିବା ବେଳେ ୧୨.୫ ପ୍ରତିଶତ ପ୍ରିମିୟମ ଦରରେ ଏହି କିଣାବିକା ହେବ ବୋଲି ମିଡିଆ ରିପୋର୍ଟସରୁ ଜଣାପଡିଛି।

{"id":264471,"width":579,"height":434,"sizeSlug":"large"}

ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ଇନଙ୍କ୍ ଜିଓ ପ୍ଲାଟଫର୍ମରେ ନିବେଶ କରିବାର ୨ ସପ୍ତାହ ପୁରଣ ନ ହେଉଣୁ ପୁଣି ଏକ ବଡ କାରବାର ହେବାକୁ ଯାଉଛି। ଫେସବୁକ୍‌ ରିଲାଏନ୍ସ ଜିଓଙ୍କ ପାଖାପାଖି ୧୦ ପ୍ରତିଶତ ସେୟାର ଲାଗି ୫.୭ବିଲିୟନ ଡଲାର ଅର୍ଥାତ ୪୩, ୫୭୪ କୋଟି ଟଙ୍କାରେ କ୍ରୟ କରିବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ସିଲଭର ଲେକ୍‌ଙ୍କ ନିବେଶ ଘୋଷଣା ନିଶ୍ଚିତ ଏକ ଶୁଭ ଖବର ବୋଲି କୁହାଯାଉଛି।

{"id":264472,"sizeSlug":"large"}

ବୈଶ୍ୱିକ୍ ଟେକ୍ନୋଲଜି କମ୍ପାନୀମାନଙ୍କରେ ସିଲଭର ଲେକ୍‌ଙ୍କ ନିବେଶ ତାଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ପରିଚିତ କରିଛି। ଏଥିରେ ଭାରତୀୟ କମ୍ପାନୀଙ୍କ ସହ ତାଙ୍କର ସମ୍ପୃକ୍ତି ଦେଶର ଡିଜିଟାଲ ଟେକ୍ନୋଲଜିକୁ ଏକ ନୂଆ ଦିଗନ୍ତ ସହ ପରିଚିତ କରାଇବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାମ୍ୟାନ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.