ଝୁମର ଏକାଡ଼େମୀର ରୌପ୍ୟ ଜୟନ୍ତୀରେ ଝୁମିଲେ ହଜାର ହଜାର ଦର୍ଶକ

Published By : Prameya-News7 Bureau | October 03, 2021 IST

ପାଟଣା,୦୩/୧୦: ଝୁମର ଏକାଡ଼େମୀର ରୌପ୍ୟ ଜୟନ୍ତୀରେ ଝୁମିଲେ ହଜାର ହଜାର ଦର୍ଶକ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଳକ ଭଣ୍ଡା ପଞ୍ଚାୟତ କଂସରା ଠାରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବକୁ ଉଦଘାଟନ କରିଥିଲେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ । ଭିଡ଼ିଓ କନଫରେନସିଂ ଯୋଗେ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ଜମି କୁଡୁମି ସମାଜକୁ ଦାନ କରିବା ପରେ ସେଠାରେ ଝୁମର ଏକାଡେମୀ ଗଠିତ ହୋଇଥିଲା ଏବଂ ଏହି ଏକାଡ଼େମୀ ମହାନ୍ତ ସମ୍ପ୍ରଦାୟର ସଭ୍ୟତା ଓ ସଂସ୍କୃତିର ସୁରକ୍ଷା ଦିଗରେ ଅହରହ କାର୍ଯ୍ୟରତ ବୋଲି ପ୍ରକାଶ କରିଛନ୍ତି ଚମ୍ପୁଆ ବିଧାୟିକା ।

ଏଥସହ, କୁଡୁମି ସମ୍ପ୍ରଦାୟରୁ ୨ ଜଣ ମହିଳାଙ୍କୁ ବିଧାୟିକା ଓ ସାଂସଦ ଚୟନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଝୁମର ଏକାଡେମୀର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବିପିନ ବିହାରୀ ମହାନ୍ତଙ୍କ ସମେତ କୁଡୁମି ସମ୍ପ୍ରଦାୟର ବହୁ ବିଶିଷ୍ଟ ନେତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ବ କୁଡ଼ମୀ ସମ୍ପ୍ରଦାୟର ଲୋକ ଯୋଗଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.