ବଢିଲା ରୂପାଦର- ଶସ୍ତା ହେଲା ସୁନା

Published By : Prameya-News7 Bureau | October 02, 2019 IST

ନୂଆଦିଲ୍ଲୀ - ଦୂର୍ଗାପୂଜା ପୂର୍ବରୁ ରୂପା ଦର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ସୁନାଦର ହ୍ରାସ ପାଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଚାହିଦା ହ୍ରାସ ପାଇଛି । ଗତ ଦୁଇ ମାସ ମଧ୍ୟରେ ସୁନା ସବୁଠାରୁ କମ୍‌ଦରରେ ପହଞ୍ଚିଛି । ମଙ୍ଗଳବାରରେ ୨୪ କ୍ୟାରେଟ ଶୁଦ୍ଧ ସୁନା ଦର ପ୍ରତି ୧୦ ଗ୍ରାମ ୫୮ ଟଙ୍କା ହ୍ରାସ ପାଇ ୩୮,୧୪୦ ଟଙ୍କାରେ ପହଞ୍ଚିଥିଲା ।
ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସୁନାଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ଅତିକ୍ରମ କରିଥିଲା । ରୂପାଦର କିଲୋପ୍ରତି ୨,୩୬୦ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ରୂପା କିଲୋ ୪୭,୫୮୦ ଟଙ୍କାରେ ପହଞ୍ଚିଛି ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିବାରୁ ସୁନା ଦର ହ୍ରାସ ପାଇଥିବା ଅର୍ଥନୈତିକ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।
ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଲାଗିଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାଦର ପ୍ରତି ଆଉନସ୍‌ ୧୪୬୦ ଆମେରିକୀୟ ଡଲାର ହୋଇଥିବା ବେଳେ ରୂପା ଦର ୧୬.୮୫ ଡଲାରରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.