କଟକରେ ସିଲଭର ସିଟି ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌, ପ୍ରଦର୍ଶିତ ହେଲା ଦେଶ ବିଦେଶର ୧୭ଟି ଫିଲ୍ମ

Published By : Prameya-News7 Bureau | October 03, 2022 IST

କଟକ, ୦୩/୧୦: କଟକରେ ଆୟୋଜିତ ହୋଇଯାଇଛି ସିଲଭର ସିଟି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ । ଏହି ଫିଲ୍ମ ଫେଷ୍ଟିଭାଲରେ ଦେଶ ଵିଦେଶର ୨୭ଟି ଫିଲ୍ମ ପ୍ରଦର୍ଶିତ କରାଯ।ଇଥିଲେ । ଏହା ସହ କିଛି ଓଡିଆ ମ୍ୟୁଜିକ ଆଲଵମ୍ ମଧ୍ୟ ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । କଟକରେ ଏହି ଫିଲ୍ମ ଫେଷ୍ଟିଭାଲ ଦ୍ବିତୀୟ ଥର ପାଇଁ ଆୟୋଜିତ ହୋଇଛି । ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ସିନେ କ୍ରିଟିକ୍ ନଵ କିଶୋର ଦାସ ଵ୍ୟକ୍ତିଗତ ପ୍ରୟାସରେ ଏହି ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରିଛନ୍ତି ।

ଗ୍ରୀସ, ଇଟାଲୀ, ପାକିସ୍ତାନ ଓ ଵାଂଲାଦେଶ ଭଳି ଦେଶର ଫିଲ୍ମ ଗୁଡ଼ିକ ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଓଡିଆ ଫିଲ୍ମ ମଧ୍ୟରେ ଛିଣ୍ଡା ଚପଲ, କଂଜୁସ୍ ଵୁଢା ଭଳି ଚଳଚ୍ଚିତ୍ର ଜୁରିମାନଙ୍କୁ ଵେଶ୍ ପ୍ରଭାବିତ କରିଛି । ଆଗାମି ଦିନରେ ଏହି ଫିଲ୍ମ ଫେଷ୍ଟିଭାଲର କଳେଵରକୁ ଵଢାଇ ନିୟମିତ ଭାଵେ ଆୟୋଜନ କରାଯିଵ ଵୋଲି ଆୟୋଜକ ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.