ସିସି ଟିଭି ନଜରରେ ରହିବ ସିଲଭର ସିଟି କଟକ : ରାଜ୍ୟ ସରକାର ଦେଇଛନ୍ତି ୧୫କୋଟି
27/06/2019 at 5:49 PM

କଟକ୨୭|୬: ସିସି ଟିଭି ସର୍ଭେଲାନ୍ସରେ ରହିବକଟକ ସହର । ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ସିସି ଟିଭି ଲଗାଇବା ପାଇଁ କମିଶନରେଟ ପୋଲିସକୁ ରାଜ୍ୟ ସରକାର ଦେଇଛନ୍ତି ୧୫ କୋଟି ଟଙ୍କା । ସସିଟିଭି ସହ ଡାଏଲ ହଣ୍ଡ୍ରେଡର ବ୍ୟବସ୍ଥା ମଧ୍ୟ ରହିବ । ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବେଳେ ଖୁବ ଶୀଘ୍ର ଆରମ୍ଭ ହୋଇଯିବ କାମ । …

ସିସି ଟିଭି ନଜରରେ ରହିବ ସିଲଭର ସିଟି । ଗଳିକନ୍ଦିରୁ ବିଭିନ୍ନ ଛକ, ସବୁଠି ଲାଗିବ କ୍ଲୋଜ୍ ସର୍କିଟ୍ କ୍ୟାମେରା । ଏଥିପାଇଁ କମିଶନରେଟ ପୋଲିସକୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ୧୫ କୋଟି ଟଙ୍କା । ସିସି ଟିଭି କ୍ୟାମେରା ସହ ଡାଏଲ-୧୦୦ ର ମଧ୍ୟ ବ୍ୟବସ୍ଥା ରହିଛି । ସହରରେ ଲାଗିବାକୁ ଥିବା ହାଇ-ଡେଫିନେସନ୍ କ୍ୟାମେରା ସମସ୍ତ ଗାଡିର ନମ୍ବର କଏଦ କରିବା ସହ ପ୍ରତ୍ୟେକ ଲୋକକୁ ମଧ୍ୟ ଚିହ୍ନଟ କରିପାରିବ । ଏହାଦ୍ବାରା ସହରରେ ଅପରାଧା ନିୟନ୍ତ୍ରଣ କରାଯାଇପାରି ବୋଲି ପୋଲିସ କମିଶନର କହିଛନ୍ତି ।

ପୂର୍ବରୁ ଦୁଇ ଦୁଇ ଥର ସିସି ଟିଭି ଲଗାଯିବା ପାଇଁ ପରୀକ୍ଷା କରାଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରିନଥିଲା । ବିଳମ୍ବ ହେଉ ପଛେ ଏବେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଯେଉଁଥି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୮ ଟି କମ୍ପାନୀ ଟେଣ୍ଡରରେ ଭାଗ ନେଇଛନ୍ତି । ଖୁବ ଶୀଘ୍ର କ୍ୟାମେରା ଲଗା କାମ ଆରମ୍ଭ ହେବ ବୋଲି ଡିସିପି କହିଛନ୍ତି ।

ପାର୍ବଣ ହେଉ ଅବା କୌଣସି ଭିଭିଆଇପି କାର୍ଯ୍ୟକ୍ରମ, ଭିଡ ନିୟନ୍ତ୍ରଣ ପାଇଁ ଏହି ସିସି ଟିଭି ବଡ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି ।