ଶିଳ୍ପୀଙ୍କ ମୃତ୍ୟୁ ପୂର୍ବର ଚାଟ୍ ଭାଇରାଲ୍, ଦିଦି ମମି ପାପା ତୋତେ ଲାଗିଲେ.....ଟେକ୍ କେୟାର

Published By : Prameya-News7 Bureau | January 16, 2023 IST

କଟକ ୧୬/୦୧: କଟକ ଶିଳ୍ପୀ ଖୁଣ୍ଟିଆ ଆତ୍ମହତ୍ୟା ଏବେ ନୂଆ ମୋଡ ନେବାରେ ଲାଗଛି । ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ହ୍ୱାଟସ୍‌ ଆପ୍ ଚାଟ୍ । ଚାଟ୍‌ରେ ଶିଳ୍ପୀ ଲେଖିଛନ୍ତି ଏମିତି କିଛି ଯାହା ଶୁମିବା ପରେ ସମସ୍ତଙ୍କୁ ଲାଗିଛି ଝଟକା ।

ସେ ଲେଖିଛନ୍ତି ସରି ଦିଦି……ଆଇ ଲଭ ୟୁ….ମମି ପାପା ତତେ ଲାଗିଲେ……ଟେକ୍ କେୟାର । ସେ ଜିନିଷ ସବୁ ଲୋନ ପକେଇକି ଆଣିଛି । ମୋତେ ମିଛ କହିକି ମ୍ୟାରେଜ କରିଛନ୍ତି । ନା ମୁଁ, ଆଉ ନାଁହି ମୋ ଜିନିଷ ସେଠି କିଛି ବି ରହିବାକୁ ଦବୁ । ମୋ ରେଣ୍ଟ ଘରେ ବି ଖଟକୁ ଛାଡି ଦେଲେ ସବୁ ମୋର । ଆଉ ସେଠି ବି ମୋ ଗଡରେଜ, ଖଟ, ଡ୍ରେସିଙ୍ଗ ଟେବୁଲ, ଫ୍ୟାନ, ଟ୍ରଙ୍କ ସବୁ ସେଠୁ ଆଣିଦେବୁ । ସରି ବଟ୍ ମୋ ପାଖରେ ଆଉ କିଛି ରାସ୍ତା ହି ନାହିଁ ଦିଦି ।

ମୋତେ ଏବେ ଯିବାକୁ ହେବ । ସବୁବେଳେ ମାଡ, ଗାଳି, ଭାଷା, ଝଗଡା, ବ୍ଲାକମେଲ, ମେଣ୍ଟାଲ ଟର୍ଚ୍ଚର, ଇମୋସନାଲ ଟର୍ଚ୍ଚର ଆଉ ଫାଇନାନ୍ସିଆଲ ଟର୍ଚ୍ଚର ମୁଁ ସହି ପାରୁନି ଦିଦି । ମୋ ଲାପଟପ ବ୍ୟାଗରେ ପର୍ସରେ ବହୁତ କିଛି ଅଛି । ତାଙ୍କ ଆଡ୍ରେସରେ ଯାଇକି ଦେଇଦବ ଯିଏହେଲେ ବି ।

ପାପାଙ୍କ ପାଖରେ ଅଫିସ ଲେଟରର ପିକ୍ ଅଛି, ଦେଖିଦବୁ ଆଡ୍ରେସ । ଆଉ ଲାପଟପ ବ୍ୟାଗରେ ମୋ ଗୋଲ୍ଡ ବି ଅଛି ଆଉ ଗଡ୍ରେଜ ଚାବି ବି ଅଛି । ଆଉ ହଁ ମୋ ଫୋନରେ ଅଫିସର ଜିଓ ସିମ୍ ବି ଅଛି, ସେଇଟା ବି ତାଙ୍କୁ ଦେଇଦବ । ପୁଅ ମୁଁ ଯୋଉଠି ବି ରହିବୁ ଏକାଠି ରହିବୁ । ଯାଉଛି ସରି ମୁଁ ଆଉ ପାରୁନି । ଏମିତି କହି ଜୀବନ ହାରିଛନ୍ତି ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.