scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୧୮ରୁ ନିର୍ମାଣ ଚାଲିଥିଲା ସିଲକୟାରା ଟନେଲ୍‌, ୫ ବର୍ଷରେ ୨୦ ଥର ଭୁଶୁଡିଛି !

1/12/2023 at 9:00 AM

ନୂଆଦିଲ୍ଲୀ ୦୧।୧୨ : ନଭେମ୍ବର ୧୨ ତାରିଖ ଦିନ ଉତ୍ତରଖଣ୍ଡର ଉତ୍ତରାକାଶୀ ସିଲକୟାରାରେ ନିର୍ମାଣଧୀନ ଟନେଲ୍‌ ଭୁଶୁଡିଥିଲା । ଯେଉଁଥିରେ ୪୧ ଜଣ ଶ୍ରମିକ ଫସିରହିଥିଲେ । ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ସମସ୍ତ ଶମ୍ରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।ହେଲେ ଏହିପରି ଭାବେ ପୂର୍ବରୁ ୧୯-୨୦ ଥର ଟନେଲ୍‌ ଭୁଶୁଡିସାରିଛି ।

ଖବର ଅନୁଯାୟୀ,  ଜୁଲାଇ ୨୦୧୮ରେ ଏହି ଟନେଲ୍‌ର କାମ ଆରମ୍ଭ ହୋଇଥିଲା । ଗଙ୍ଗୋତ୍ରୀ ଏବଂ ୟମୁନାତ୍ରୀ ଯିବାଆସିବାରେ ସୁବିଧା ହେବା ପାଇଁ ଏହି ଟନେଲ୍‌ର ନିର୍ମାଣ କରାଯାଉଥିଲା । ୪.୫ କିମି ଲମ୍ବା ଏହି ଟନେଲ୍‌ ପାଇଁ ୮୫୪ କୋଟି ଟଙ୍କାର ବଜେଟ୍‌ ରଖାଯାଇଥିଲା । ପୂର୍ବରୁ ଏହି ରାସ୍ତାରେ ଯିବାକୁ ହେଲେ ୫୦ ମିନିଟ ସମୟ ଲାଗୁଥିଲା । କିନ୍ତୁ ଏହି ଟନେଲ୍‌ର ନିର୍ମାଣ ପରେ ରାସ୍ତା ଦୂରତା କମିଯାଇ ୫ ମିନିଟ୍‌ ଲାଗିବ । ସମସ୍ତ ପାଣିପାଗରେ ଏହି ରାସ୍ତାରେ ଯାତାୟତ ହୋଇପାରିବ ।   କିନ୍ତୁ ଏବେ ଟନେଲ୍‌କୁ ନେଇ ଆସିଛି ଏକ ବଡ଼ ଅପ୍‌ଡେଟ୍‌ । ବିଗତ ୫ ବର୍ଷ ଭିତରେ ଟନେଲ୍‌ରେ ଏହିପରି ଭାବେ ୧୯-୨୦ ଥର ଛୋଟମୋଟ ଅଘଟଣ ଘଟିଛି । ଏପିରିକି କେତେ ସମୟରେ ଟନେଲ୍‌ ଭିତରେ ବଡ଼ ବଡ଼ ମାଟି ଅତଡ଼ା ମଧ୍ୟ ଖସିଛି । ଯାହାକୁ ପରବର୍ତ୍ତୀ ସମୟରେ ସୁଧାରି ଦିଆଯାଇଥିଲା । କିନ୍ତୁ ନଭେମ୍ବର ୧୨ରେ ଯାହା ଘଟିଲା । ତାହା ସବୁଠାରୁ ବଡ଼ ଥିଲା ଏବଂ କଷ୍ଟଦାୟକ ବି ଥିଲା । ଯାହାକୁ କେବେବି ଭୁଲିହେବନାହିଁ ବୋଲି NHIDCLର ନିର୍ଦ୍ଦେଶକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟନେଲ୍‌ କାମ ବେଳେ ଏପରି ଛୋଟମୋଟ ଅଘଟଣ ଘଟିଥାଏ । ଯାହାର ସମ୍ମୁଖୀନ ଆମେ କରିସାରିଛି । କିନ୍ତୁ ନଭେମ୍ବର ୧୨ରେ ଯାହା ଘଟିଲା । ତାହା ଆମ ପାଇଁ ବହୁତ କଷ୍ଟଦାୟକ ଥିଲା । ଏପରି ପରିସ୍ଥିତି ଆମ ସାମ୍ନାରେ ଉପୁଜିବ ବୋଲି କେବେବି ଭାବିନଥିଲୁ ।

କିପରି ଘଟିଥିଲା ଦୁର୍ଘଟଣା ?

ଉତ୍ତରକାଶୀ ଜିଲ୍ଲାରେ ଯମୁନୋତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଚାରିଧାମ ସଡ଼କ ପରିଯୋଜନା ପାଇଁ ନିର୍ମାଣଧିନ ସୁଡଙ୍ଗ ନଭେମ୍ୱର ୧୨ ରବିବାର ଦିନ ଭୁଶୁଡି ପଡ଼ିଥିଲା । ଯମୁନୋତ୍ରୀ ହାଇୱେରେ ଧରାସୁରୁ କସୱେ ମଧ୍ୟରେ ସିଲକୟାରାରୁ ପୋଲ ଗାଁ ଯାଏ ୪.୫ କିଲୋମିଟର ଟନେଲ ନିର୍ମାଣ ଜାରି ରହିଛି । ଦୀପାବଳି ଦିନ ଭୋର ଚାରିଟାରରେ ସିଫ୍ଟି ପରିବର୍ତ୍ତନ ସମୟରେ ସୁଡଙ୍ଗ ମୁହଁରୁ ପ୍ରାୟ ୧୫୦ ମିଟର ଭିତରେ ଟନେଲର ୬୦ ମିଟର ଭାଗ ଭୁଶୁଡି ପଡିବା ଯୋଗୁଁ ୪୧ ଶ୍ରମିକ ଫସି ରହିଥିଲେ । ପରେ ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ଧୀରେ ଧୀରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଯାଉଛି ।

   Related Posts