ଚୀନ୍‌କୁ ମହଙ୍ଗା ପଡିଲା ପାକିସ୍ତାନ ସହ Silk Road ପରିକଳ୍ପନା, ଏବେ ନିଜ ଜାଲରେ ନିଜେ ଫସିଗଲେ Xi Jinping

Published By : Prameya-News7 Bureau | June 25, 2020 IST

ବେଜିଂ :  ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ୱାନ୍‌ ବେଲ୍ଟ, ୱାନ୍‌ ରୋଡ ପରିକଳ୍ପନାକୁ ଇତିହାସର ସବୁଠୁ ମହତ୍ୱାକାଙକ୍ଷୀ ପ୍ରକଳ୍ପ ଭାବୁଥିଲା ଚୀନ୍‌।  ଏହା ଦ୍ୱାରା ପାକିସ୍ତାନ ଜରିଆରେ ସିଲ୍କ ରୋଡ୍  ମାଧ୍ୟମରେ ସାରା ବିଶ୍ୱସହ ସଂଯୁକ୍ତ  ହେବାକୁ ଚୀନ୍‌ କରିଥିବା ଯୋଜନା ଏବେ ତା ତଣ୍ଟିର କଣ୍ଟା ପାଲଟିଛି। ତ୍ରୁଟିପୂର୍ଣ୍ଣ ବିସ୍ତାରବାଦୀ ନୀତିହିଁ ଏବେ ଚୀନକୁ ମଝି ସମୁଦ୍ରରେ ବୁଡେଇବାକୁ ଯାଉଥିବା ବେଳେ ଲୋକେ ସବୁ ଦୋଷ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ମୁଣ୍ଡରେ ଲଦା ହେବାକୁ ଯାଉଛି। 

{"id":291317,"sizeSlug":"large"}

୨୦୧୩ ମସିହାରେ ରାଷ୍ଟ୍ରପତି ସି ଜିନପିଙ୍ଗ ଭିତ୍ତିଭୂମି ବିକାଶର ଏହି ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ। ଏଥିରେ ପୂର୍ବ ଏସିୟାକୁ  ୟୁରୋପ, ଆଫ୍ରିକା ଓ ଲାଟିନ୍‌ ଆମେରିକୀୟ ଦେଶଙ୍କ ସହ ସଂଯୁକ୍ତ କରିବାକୁ ନିବେଶର ବିସ୍ତୃତ ଶୃଙ୍ଖଳାରେ ଚୀନ୍‌ କାର୍ଯ୍ୟ କରୁଛି। ଚୀନ୍‌ ଲାଗି ଅନ୍ତର୍ଜାତୀୟ ସହଯୋଗ ଓ ଅର୍ଥବ୍ୟବସ୍ଥା ନିମନ୍ତେ ଜିନ୍‌ପିଙ୍ଗଙ୍କର ଏହା ଏକ ରଣନୈତିକ ପ୍ରକଳ୍ପ। ପ୍ରଡକ୍ଟ, ପୁଞ୍ଜି ଓ ଟେକ୍ନୋଲଜିର ବୈଶ୍ୱିକ ପ୍ରବାହ ମାଧ୍ୟମରେ ଆର୍ଥିକ ବିକାଶର ଅଭିବୃଦ୍ଧି ଲାଗି ଚୀନ୍‌ର ଯୋଜନାକୁ କରୋନା ଭାଇରସ୍ ମହମାରୀ ଅଚାନକ  ରୋକି ଦେଇଛି।

{"id":291318,"width":579,"height":326,"sizeSlug":"large"}

ଏହି ପ୍ରକଳ୍ପ ମାଧ୍ୟମରେ ଚୀନ୍‌ଠାରୁ ବିପୁଳ ଋଣ ନେଇଥିବା ଦେଶମାନେ ଏବେ ଗୁରୁତର ସମସ୍ୟାରେ ଘେରିଯାଇଛନ୍ତି। ଫଳରେ ଜଣଜଣ କରି ଏବେସେମାନେ ଋଣ କିସ୍ତି ପରିଷୋଧ କରିବା ଅବସ୍ଥାରେ ନଥିବା କଥା ଚୀନ୍‌କୁ ଜଣାଇ ଦେଇଛନ୍ତି। ନିଜେ ଚୀନ୍‌ ମଧ୍ୟ କରୋନା ଭାଇରସ ମହାମାରୀ ଯୋଗୁ ଗୁରୁତର ଅର୍ଥନୈତିକ ସଂକଟରେ ଫଶିଯାଇଛି। ଏଥିରେ ଋଣୀ ଦେଶମାନଙ୍କର ନିବେଦନ ଚୀନ୍‌ ଲାଗି ଗୁରୁତର ସଂକଟ ସୃଷ୍ଟି କରିଛି।

{"id":291319,"sizeSlug":"large"}

ସିଲ୍କରୋଡ ପ୍ରକଳ୍ପରେ ଆଫ୍ରିକା, ଦକ୍ଷିଣ-ପୂର୍ବ ଓ ମଧ୍ୟ ଏସିଆ, ୟୁରୋପ ଓ ଲାଟିନ ଆମେରିକାର ୧୩୮ଟି ଦେଶରେ ପାୱାର ପ୍ଲାଣ୍ଟସ୍, ଗ୍ୟାସ୍ ପାଇପଲାଇନ୍, ବନ୍ଦର ଓ ଏୟାରପୋର୍ଟ ଆଦି ନିର୍ମାଣ ଲାଗି ଋଣ ଅଥବା ସହୟତା ଆକାରରେ ଚୀନ୍‌ ହଜାର ହଜାର ବିଲିୟନ ଡଲାର ନିବେଶ କରିଛି ଅଥବା ନିବେଶ ଲାଗି ପ୍ରତିଶ୍ରୁତି ଦେଇଛି। ହେଲେ ସିଲ୍କ ରୋଡ ପ୍ରକଳ୍ପ ବାବଦ ଖର୍ଚ୍ଚ ଅଟକଳକୁ ଚୀନ୍‌ ସମ୍ପୂର୍ଣ୍ଣ ଗୋପନ ରଖିଛି। ତେବେ ଆମେରିକୀୟ କନସଲଟାନ୍ସୀ ଫାର୍ମ ‘ଆରଡବ୍ଲୁଆର ଆଡଭାଇଜର’ ଅନୁସାରେ ଏହି ମହତ୍ୱାକାଙକ୍ଷୀ ପ୍ରକଳ୍ପରେ ଭାଗୀଦାର ଦେଶଙ୍କୁ ଚୀନ୍‌ ଅନୁନ୍ୟ  ୪୬୧ବିଲିୟନ ଡଲାରର ଋଣ ଦେଇଥିବା ବେଳେ ଏଥିରେ ଅଧିକାଂଶ  ଆଫ୍ରିକୀୟ ଦେଶ ଅଛନ୍ତି। ତେବେ ଆରମ୍ଭରୁ ହିଁ ପ୍ରକଳ୍ପକୁ ଶାସକ ଦଳ ନେତୃତ୍ୱଙ୍କ ସମର୍ଥନ ମିଳିନଥିବା ବେଳେ ଏହାକୁ ଲୋକେ ଅଯଥା ଖର୍ଚ୍ଚ ବୋଲି କହିଥିଲେ। 

{"id":291320,"sizeSlug":"large"}

 ହେଲେ ମୁଦ୍ରାର ସବୁବେଳେ ଦୁଇଟି ପାର୍ଶ୍ୱ ଥାଏ ତାହା ଜିନପିଙ୍ଗଙ୍କୁ ଏବେ ବୁଝାପଡୁଛି। କରୋନାମହାମାରୀ ଭାଇରସ୍ ସଂକ୍ରମଣ ଲାଗି ଲକଡାଉନ୍‌ ଓ ଅନ୍ୟ କଟକଣା ପରେ କିରଗିଜସ୍ତାନ, ପାକିସ୍ତାନ, ଶ୍ରୀଲଙ୍କା ସମେତ ଆଫ୍ରିକୀୟ ଦେଶମାନେ ଚଳିତବର୍ଷ ଚୀନ୍‌କୁ ଋଣ ବାବଦ କିସ୍ତି ପୈଠ କରିପାରିବେନି ବୋଲି ସଫାସଫା ଶୁଣାଇ ଦେଲେଣି। ଏହି ଦେଶମାନେ ଏବେ ଋଣ ସର୍ତ୍ତ ପରିବର୍ତ୍ତନ, କିସ୍ତି ପୈଠ ଲାଗି ଅଧିକ ସମୟ ଓ ସ୍ଥଳ ବିଶେଷରେ ଋଣ ଛାଡ ଦାବି ମଧ୍ୟ କରୁଛନ୍ତି। ଯାହା ଚୀନ୍‌ ଓ ଜିନପିଙ୍ଗଙ୍କୁ ଧର୍ମ ସଂକଟରେ ପକାଇଦେଇଛି। 

{"id":291321,"width":582,"height":386,"sizeSlug":"large"}

ଯଦି ଋଣ ସର୍ତ୍ତ ପରିବର୍ତ୍ତନ ହୁଏ ଅଥବା ଋଣ ଛାଡ କରାଯାଏ ତେବେ ଚୀନ୍‌ ଉପରେ ଆର୍ଥିକ ଚାପ ବଢିବ। ଏଥିରେ ମହାମାରୀରୁ ମୁକୁଳିଥିବା ଚୀନ୍‌ ଆର୍ଥିକ ସଂକଟର ମୁକାବିଲା କରିପାରିବନି। ଯଦି ଋଣ ବାବଦ କିସ୍ତି ଅସୁଲ ଲାଗି ଚାପ ପ୍ରୟୋଗ କରେ ତେବେ ଅନ୍ତର୍ଜାତୀୟ ସ୍ତରରେ ଦେଶ ବଦନାମ ହେବା ସହ ଆବଶ୍ୟକତା ସ୍ଥଳେ ଋଣ ବୁଡିଯିବାର ବି ଭୟ ଉପୁଜିଲାଣି। ଏଥିରେ ଜି-୨୦ ଦେଶଙ୍କ ସମୂହ ୭୩ଟି ଦେଶଙ୍କୁ ଋଣ ଚୁକ୍ତା କରିବା ଲାଗି ୨୦୨୦ ମସିହା ଶେଷ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏଥିରେ ନିଜେ ଚୀନ୍‌ ମଧ୍ୟ ଏକ ସଦସ୍ୟ । ଏଣୁ ଋଣ ନେଇଥିବା ଦେଶମାନେ କିସ୍ତି ପୈଠ ନ କଲେ ମଧ୍ୟ କିଛି କହିବା କି କରିବାର ସାଧନ ମଧ୍ୟ ନାହିଁ।

{"id":291322,"width":578,"height":245,"sizeSlug":"large"}

କରୋନା ମହାମାରୀ ବ୍ୟାପିବା ପରଠାରୁ ଏଥିଲାଗି ବିଭିନ୍ନ ଦେଶ ଚୀନର ଦାୟିତ୍ୱହୀନତାକୁ ଦାୟି କରୁଛନ୍ତି। ଏଥିରେ ଆମେରିକା ବାରମ୍ବାର ଚୀନ୍‌କୁ ଟ୍ରେଡ ୱାରର ଧମକ୍ ଦେଉଛି। ଚୀନ୍‌ ଆମେରିକୀୟ ଡଲାରରେ ଋଣ ଦେଇଛି। ଯଦି ଟ୍ରେଡ ୱାର ହୁଏ ଡଲାର ସଂକଟ କଥା ମଧ୍ୟ ଉଠିବ। ଏଣୁ ଚୀନ୍‌ର ବିକଳ୍ପ ଶେଷ ହୋଇଥିବା ବେଳେ ଯଦି ବିକାଶଶୀଳ  ଦେଶ ସଠିକ ସମୟରେ ଋଣ କିସ୍ତି ଚୁକ୍ତା ନ କରନ୍ତି ତେବେ ଜିନ୍‌ ପିଙ୍ଗ ଦେଶରେ ବିଶ୍ୱାସ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.