ସିଲିକନ ଭ୍ୟାଲି ବ୍ୟାଙ୍କର ବ୍ରିଟେନ ଶାଖା ଦେବାଳିଆ, ୧୦୦ ଟଙ୍କାରୁ କମ୍ରେ କିଣିଲା ଏଚଏସବିସି, ୬.୭ ଆରବ ପାଉଣ୍ଡ ଡିପୋଜିଟ୍
13/03/2023 at 4:30 PM

ନୂଆଦିଲ୍ଲୀ: ସିଲିକନ ଭ୍ୟାଲି ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି । ଦେବାଳିଆ ବ୍ୟାଙ୍କକୁ କିଣିବ ଏଚଏସବିସି । ସିଲିକନ ଭ୍ୟାଲିର ଅଂଶଧନ କିଣିବା ନେଇ ଘୋଷଣା କରିଛି ହଂକଂ ଏବଂ ସାଙ୍ଘାଇ ବ୍ୟାଙ୍କ କର୍ପୋରେସନ । ଏକ ପାଉଣ୍ଡ ଅର୍ଥାତ୍ ୯୯ଟଙ୍କାରେ ସିଲିକନ ଭ୍ୟାଲିକୁ ଅଧିଗ୍ରହଣ କରିବ । ଏନେଇ ସୋମବାର ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ରାଇର୍ଟସ ରିପୋର୍ଟ ଅନୁଯାୟୀ, ସିଲିକନ ଭ୍ୟାଲି ବ୍ୟାଙ୍କର ବ୍ରାଞ୍ଚ ଭେଲ୍ୟୁ ୧୦୦ ଟଙ୍କାରୁ ବି କମ୍ ହୋଇଛି । ଏଚଏସବିସି ବ୍ୟାଙ୍କ ସିଲିକନ ଭ୍ୟାଲିର ବ୍ରିଟେନ ବ୍ରାଞ୍ଚକୁ ୯୯ଟଙ୍କା ୨୮ ପଇସାରେ କିଣି ନେଇଛି । ସିଲିକନ ଭ୍ୟାଲି ବ୍ୟାଙ୍କ ଉପରେ ମାର୍ଚ୍ଚ ୧୦ ସୁଧା ୫.୫ ଆରବ ପାଉଣ୍ଡର ଋଣ ଥିଲା ଏବଂ ୬.୭ ଆରବ ପାଉଣ୍ଡ ଡିପୋଜିଟ୍ ରହିଛି । ବୁଡ଼ି ଯାଉଥିବା ଏସବିବିକୁ ଏଚଏସବିସି ବ୍ୟାଙ୍କ୍ ଉଦ୍ଧାର କରିବାକୁ ପ୍ରାୟସ ଜାରି ରଖିଛି ।
ସୋମବାର ୟୁକେ ଚ୍ୟାନସେଲର ଜେରେମି ହଣ୍ଟ କହିଛନ୍ତି, ସରକାର ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡ ସିଲିକନ ଭ୍ୟାଲି ୟୁକେ ଆର୍ମକୁ କିଣିବା ପାଇଁ ଏଚଏସବିସିକୁ ଅନୁମତି ଦେଇଛି । ଏଚଏସବିସି ସିଇଓ ନିଏଏଲ କ୍ବିନ ଏସବିବି ବ୍ୟାଙ୍କ ଗ୍ରାହକଙ୍କ ସ୍ବାଗତ କରିଛନ୍ତି । ପୁଣି ଥରେ ବ୍ୟାଙ୍କକୁ ଛିଡ଼ା କରିବା ନେଇ ପ୍ରୟାସ କରାଯିବା ବୋଲି କହିଛନ୍ତି । ସିଲିକନ ଭ୍ୟାଲିରେ ପୂର୍ବ ଭଳି ଆକାଉଣ୍ଟ ଖୋଲିବା ଜାରି ରହିବ । ଏସବିବି କର୍ମଚାରୀମାନଙ୍କ ମଧ୍ୟ ଏଚଏସବିସି ବ୍ୟାଙ୍କ ସିଇଓ ସ୍ବାଗତ କରିଛନ୍ତି ।
This morning, the Government and the Bank of England facilitated a private sale of Silicon Valley Bank UK to HSBC
— Jeremy Hunt (@Jeremy_Hunt) March 13, 2023
Deposits will be protected, with no taxpayer support
I said yesterday that we would look after our tech sector, and we have worked urgently to deliver that promise