ଦିଦିଙ୍କୁ ଆଉ ଏକ ଝଟକା, ମମତାଙ୍କ ହାତ ଛାଡିଲେ ବିଧାୟକ ଶୀଳଭଦ୍ର ଦତ୍ତ

Published By : Prameya-News7 Bureau | December 18, 2020 IST

wp:heading {"level":5}
କୋଲକାତା, ୧୮|୧୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଶୁକ୍ରବାର ଦଳର ଆଉ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି । ବିଧାୟକ ଶୀଳଭଦ୍ର ଦତ୍ତ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ୨୪ ପ୍ରଗଣା ଜିଲ୍ଲାର ବୈରକପୁରରୁ ବିଧାୟକ ଅଟନ୍ତି । ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପଠାଇ ଦେଇଛନ୍ତି ।
/wp:heading wp:heading {"level":5}
ପୂର୍ବରୁ ମନ୍ତ୍ରୀ ତଥା ମମତାଙ୍କ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ଦଳ ଛାଡିଥିଲେ । ଏହାସହ ଟିଏମସିରୁ ଲଗାତର ୨ଜଣ ବରିଷ୍ଠ ନେତା ଦଳ ଛାଡିବା ସହ ବଡ ଝଟକା ଦେଇଛନ୍ତି । ଶୀଳଭଦ୍ର ଅନେକ ଥର ପ୍ରଶାନ୍ତ କିଶୋରଙ୍କୁ ବିରୋଧ କରୁଥିଲେ । ଏଥିପାଇଁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।
/wp:heading wp:heading {"level":5}
ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଟିଏମସିରୁ ଏକାଧିକ ନେତା ମୁହଁ ଫେରାଇଲେଣି । ଶୁଭେନ୍ଦୁ ଅଧିକାରୀଙ୍କ ପରେ ଶୀଳଭଦ୍ର ଇସ୍ତଫା ଦେଇଛନ୍ତି । ପୂର୍ବରୁ ଜିତେନ୍ଦ୍ର ତିଓ୍ୱାରୀ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି । ଏହାକୁ ନେଇ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ପ୍ରତି ବିପଦ ବଢିପାରେ ବୋଲି କୁହାଯାଉଛି ।
/wp:heading wp:heading {"level":5}
ଏହାମଧ୍ୟରେ ଶୁକ୍ରବାର ମମତା ଜରୁରୀକାଳିନ ବୈଠକ ଡାକିଛନ୍ତି । ସେ ଦଳର ନେତାଙ୍କ ସହ ଆଲୋଚନା କରିବେ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିବେ । ସେ ଦୁଇଦିନ ଏଠାରେ ରହିବା ସହ ତିନୋଟି ରାଲିକୁ ସମ୍ବୋଧନ କରିବେ । ଏହି ଗସ୍ତରେ ଅନେକ ଟିଏମସି ନେତା ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.