ଶୁଭାରମ୍ଭ ହେଲା ସିକିମ ପଟ୍ଟା, ପ୍ରଥମ ପ୍ରର୍ଯ୍ୟାୟରେ ୭୧୦ ଜଣ ହିତାଧିକାରୀଙ୍କୁ ମିଳିଲା ପଟ୍ଟା

Published By : Prameya-News7 Bureau | February 20, 2024 IST

ଖଲ୍ଲିକୋଟ:  ବହୁ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି, ଆଇନର ସଂଶୋଧନ ପରେ ସିକିମ ସ୍ୱତ୍ୱଧାରୀ ଚାଷୀଙ୍କୁ ମାନଙ୍କୁ ସ୍ଥିତିବାନ ସିକିମ ପଟ୍ଟା ମିଳିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସିକିମ ପଟ୍ଟାର ଶୁଭାରମ୍ଭ କରିବା ସହ ହିତାଧିକାରୀମାନଙ୍କୁ ପ୍ରଦାନ କରିଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ଏକ ଯୁଗନ୍ତକାରୀ ପଦକ୍ଷେପ ଅଟେ ।

ସିକିମ ସ୍ୱତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ପାଇଁ ଭୁସଂସ୍କାର ଆଇନ୍ ୧୯୬୦ର ଆବଶ୍ୟକୀୟ ସଂଶୋଧନ କରାଯାଇଛି । ସିକିମ ଚାଷୀମାନେ ଦଖଲରେ ଥିବା ଜମି ଉପରେ ସ୍ଥାୟୀ ,ବଂଶାନୁକ୍ରମିକ ଓ ହସ୍ତାନ୍ତର ଯୋଗ୍ୟ ଅଧିକାର ପାଇଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୯ଟି ତହସିଲରୁ ୭୧୦ଜଣକୁ ସିକିମ ପଟ୍ଟା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି ।

wp:heading {"level":4}

Also read- ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ, ଏହି ସମୟରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

/wp:heading

ଗଞ୍ଜାମ ତହସିଲର ୧୩ଜଣ, ହିଞ୍ଜିଳିର ୪୮ଜଣ, ଖଲ୍ଲିକୋଟର ୨ଜଣ, ଛତ୍ରପୁରର ୧୦୫ଜଣ, ପୁରୁଷୋତମପୁରର ୧୬୬ଜଣ ,ବ୍ରହ୍ମପୁରର ୩ଜଣ, କୁକୁଡାଖଣ୍ଡିର ୨୨୦ଜଣ,ଚିକିଟିର ୨୩ଜଣ ଓ କନିଷି ତହସିଲରର ୧୩୦ଜଣ ହିତାଧିକାରୀଙ୍କୁ ଏହି ସିକିମ ପଟ୍ଟ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ପ୍ରର୍ଯ୍ୟାୟକ୍ରମେ ୧୨ଟି ତହସିଲରେ ୨୯୮୩ଟି ସିକିମ ପଟ୍ଟା ପ୍ରଦାନ କରାଯିବ ।

ଏହି ଅବସରରେ ଛତ୍ରପୁର ତହସିଲର କଣମଣା ପଞ୍ଚାୟତର ଶଶିକଳା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଭାସି ଜରିଆରେ କଥା ହୋଇ ନିଜର ଖୁସି ଜାହିର କରିଥିଲେ । ଏହି ପଟ୍ଟା ପାଇଁ ସେମାନଙ୍କୁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଶେଷରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ଅଧକ୍ଷ୍ୟ ଭି.କେ,ପାଣ୍ଡିଆନ ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ।

ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରଡିସି ରଞ୍ଜନ କୁମାର ଦାସ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକ ଲତିକା ପ୍ରଧାନଙ୍କ ସମେତ ୫ଜଣ ହିତାଧିକାରୀ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ବ୍ରହ୍ମପୁର ଉପଜିଲାପାଳ, ଛତ୍ରପୁର ଉପଜିଲାପାଳ ଦେବଦତ ମହାନ୍ତ, ଭୁ-ଅର୍ଜନ ଅଧିକାରୀ ଦୟାସିନ୍ଧୁ ପରିଡାଙ୍କ ସମେତ ତହସିଲଦରା ଓ ବିଭିନ୍ନ ତହସିଲରୁ ଆସିଥିବା ହିତାଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.