oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଶୋଇଥିବାବେଳେ ଘର ବାହାରୁ କବାଟ ଦେଇ ଲୁଟ୍

26/04/2022 at 9:47 AM

ଚଣ୍ଡୀଖୋଲ ୨୬/୦୪: ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭାକୁଡ ଗ୍ରାମର ସଚିତ୍ର କୁମାର ରାଉତଙ୍କ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଓ କାଗଜପତ୍ର ଲୁଟିନେଲେ ଦୁର୍ବୃତ୍ତ ।

ଅତ୍ୟଧିକ ଗରମ ହେତୁ ସଚିତ୍ର ଓ ତାଙ୍କ ସ୍ତ୍ରୀ ଅନ୍ୟଏକ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଆସି ସଚିତ୍ର ଶୋଇଥିବା ଘର ବାହାରୁ କବାଟ ଲକ କରି ଦେଇଥିଲେ । ଅନ୍ୟଏକ ଘରେ ପଶି ଆଟାଜ ଭାଙ୍ଗି ସୁନା ଅଳଙ୍କାର ସହ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ।

ଆଜି ସକାଳୁ ସଚିତ୍ର ସ୍କୁଲ ଯିବାକୁ ବାହାରିବା ସମୟରେ ଘର ବାହାରୁ ତାଲା ପଡିଥିବାରୁ ପଡୋଶୀଙ୍କ ସହାୟତାରେ କବାଟ ଖୋଲି ଥିଲେ. ପରେ ଘରୁ ସବୁକିଛି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଅଧିକ ତଦନ୍ତ ଚଳାଇଛି ।

   Related Posts