ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୨୦୨୩ ବିଶ୍ୱକପ୍‌ ଖେଳିବା ମୋର ଲକ୍ଷ୍ୟ, ଏଥିପାଇଁ ନିଜକୁ ଫିଟ୍‌ ରଖୁଛି- ଶିଖର ଧାଓ୍ୱନ

6/10/2022 at 8:43 AM

ମୁମ୍ବାଇ ୦୬।୧୦ : ଲିମିଟେଡ୍‌ ଓଭର କ୍ରିକେଟ୍‌ ମ୍ୟାଚ୍‌ରେ ଲଗାତର ଭଲ ପ୍ରଦର୍ଶନ କରିଆସୁଛନ୍ତି ଶିଖର ଧାଓ୍ୱନ । ତାପରେ ବି କେବଳ ଶିଖରଙ୍କୁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳୁଛି । ସେ ଲଗାତର ଭାବେ ନିଜ ଫର୍ମକୁ ଜାରି ରଖିଛନ୍ତି । ତେବେ ଏସବୁ ଭିତରେ ଶିଖର ଧାଓ୍ୱନ ବଡ଼ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ମୁଁ ନିଜକୁ ଭାଗ୍ୟଶାଳୀ ମାନୁଛି କି ମୋ କ୍ୟାରିୟର ଏତେ ଶାନ୍‌ଦାର ରହିଛି । ଯେତେବେଳେ ବି ମୋତେ ସୁଯୋଗ ମିଳିଛି । ମୁଁ ନିଜ ଯୋଗ୍ୟତା ଅନୁସାରେ ପ୍ରଦର୍ଶନ କରିଛି । ଏହାସହିତ ଯୁବ ଖେଳାଳିମାନଙ୍କ ସହ ନିଜର ଅନୁଭବ ବାଣ୍ଟିଛି । ଏବେ ମୋ କାନ୍ଧକୁ ନୂଆ ଦାୟିତ୍ୱ ଆସିଛି ।୨୦୨୩ରେ ହେବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ (ଦିନିକିଆ) ପାଇଁ ନିଜକୁ ଫିଟ୍‌ ରଖୁଛି । ବିଶ୍ୱକପ୍‌ ଖେଳିବା ଏବେ ମୋର ଟାର୍ଗେଟ । ଏଥିଲାଗି ନିଜକୁ ଫିଟ୍‌ ରଖିବାକୁ ଚେଷ୍ଟା କରୁଛି ।

ତେବେ ୩୬ ବର୍ଷୀୟ ଧାଓ୍ୱନ ନିଜର ଶେଷ ଟି-୨୦ ଗତ ବର୍ଷ ଜୁଲାଇରେ ଖେଳିଥିଲେ । ତାଙ୍କୁ ଏହି ସୁଯୋଗ ସେତେବେଳେ ମିଳିଥିଲା କି ଯେତେବେଳେ ସିନିୟର ଟିମ୍‌ର ଅଧିକ ଖେଳାଳି ଇଂଲଣ୍ଡ ଗସ୍ତ ରହିଥିଲେ , ଆଉ ବାକି ଟିମ୍‌ ଶ୍ରୀଲଙ୍କାରେ ବିପକ୍ଷରେ ମ୍ୟାଚ୍‌ ଖେଳୁଥିଲା । ୨୦୧୮ରେ ଧାଓ୍ୱନ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ।    

   Related Posts