ଷଷ୍ଠ ଥର ପାଇଁ ନର୍ଭସ ନାଇଣ୍ଟିଜରେ ଆଉଟ୍ ହେଲେ ଧାଓ୍ୱନ : ତିନି ବର୍ଷ ହେଲା ଲଗାଇନାହାଁନ୍ତି ଶତକ

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ ୨୩/୦୭:  ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଛି । ତେବେ ମୁକାବିଲାରେ ଜବରଦସ୍ତ ବ୍ୟାଟିଂ କରିଥିଲେ ଶିଖର ଧାଓ୍ୱନ । ତେବେ ସେ ଶତକ ପୂରଣ କରିପାରିନଥିଲେ । ଶତକଠୁ ସେ ୩ ରନ୍ ଦୂରରେ ରହି ପ୍ୟାଭିଲିୟନ ଫେରିଥିଲେ ।  

ଧାଓ୍ୱନ ପ୍ରଥମ ଦିନିକିଆରେ ୯୯ ବଲରୁ ୯୭ ରନ୍ କରିଥିଲେ । ଏଥିରେ ୧୦ ଚଉକା ଓ ୩ ଛକା ସାମିଲ ଥିଲା । ତେବେ ୯୭ ରନରେ ସେ ଗୁଡାକେସ ମୋତୀଙ୍କ ଶିକାର ହୋଇଥିଲେ ।

ତେବେ ଶିଖର କ୍ୟାରିଅରର ୬ ଥର ନର୍ଭସ ନାଇଣ୍ଟିଜର ଶିକାର ହୋଇଛନ୍ତି । କେବଳ ଏତିକି ନୁହେଁ, ସେ ଏକଦା ୯୭ ରନରେ ଅପରାଜିତ ରହିଥିଲେ । ଭାରତୀୟ କ୍ରିକେଟରଙ୍କ ମଧ୍ୟରେ କେବଳ ସଚିନ ତେନ୍ଦୁଲକର ହି ଧାଓ୍ୱନଙ୍କଠୁ ଅଧିକ ଥର ନର୍ଭସ ନାଇଣ୍ଟିଜରେ ଆଉଟ୍ ହୋଇଛନ୍ତି । ସଚିନ ମୋଟ୍ ୧୭ ଥର ନର୍ଭସ ନାଇଣ୍ଟିଜର ଶିକାର ହୋଇଛନ୍ତି ।

୩ ବର୍ଷ ହେଲା ବ୍ୟାଟରୁ ବାହାରିନି ଶତକ

ଶିଖର ପ୍ରାୟ ୩ ବର୍ଷ ହେବ ଅନ୍ତର୍ଜାତୀୟ ମୁକାବିଲାରେ ଶତକ ଲଗାଇ ନାହାଁନ୍ତି । ଧାଓ୍ୱନ ନିଜର ଶେଷ ଶତକ ୨୦୧୯ରେ ଲଗାଇଥିଲେ । ଏହା ଅଷ୍ଟ୍ରେଲିଆ ବିରୋଧରେ ଥିଲା । ଏହାପରେ ସେ ତିନି ଥର ନର୍ଭସ ନାଇଣ୍ଟିଜରେ ଆଉଟ୍ ହୋଇଛନ୍ତି । ୯୭ ରନର ପାଳି ପୂର୍ବରୁ ଧାଓ୍ୱନ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରାଜକୋଟରେ ୯୬ ରନ୍ କରିଥିଲେ । ଏପରିକି ଇଂଲଣ୍ଡ ବିପକ୍ଷରେ ମଧ୍ୟ ୯୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.