ଶିଖ୍‌ ଯୁବକଙ୍କୁ ପାକିସ୍ତାନରେ ହତ୍ୟା ପରେ ଭାରତ ଦେଲା କଡା ଜବାବ- ନିଜ ଦେଶକୁ ସମ୍ଭାଳିବା ପାଇଁ ଦେଲା ପରାମର୍ଶ

Published By : Prameya-News7 Bureau | January 05, 2020 IST

ନୂଆଦିଲ୍ଲୀ - ପାକିସ୍ତାନରେ ଥିବା ଶିଖ୍‌ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକଙ୍କର ଆବିର୍ଭାବ ସ୍ଥଳୀ ନାନକାନ ସାହିବାରେ କିଛି ପାକିସ୍ତାନୀ ପଥର ମାଡ କରିଥିଲେ । ଏଥିଯୋଗୁଁ ସେଠାରେ ଭାରତ ସହ ବିଶ୍ୱର ଅନ୍ୟ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଫସି ରହିଥିଲେ । ଏହାପରେ ପାକିସ୍ତାନ ପେଶାବରରେ କିଛି ଲୋକ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରିଛନ୍ତି । ଏହା ପାକିସ୍ତାନରେ ଥିବା ଅଳ୍ପ ସଂଖ୍ୟକଙ୍କ ଆବସ୍ଥାକୁ ଦର୍ଶାଉଛି ।

wp:core-embed/twitter {"url":"https://twitter.com/ANI/status/1213113371542732801?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1213113371542732801?s=20
/wp:core-embed/twitter

ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଶିଖ୍‌ ଯୁବକଙ୍କ ହତ୍ୟା ପରେ କଡା ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ପାକିସ୍ତାନରେ ଏହି ଘଟଣାକୁ କଡା ନିନ୍ଦା କରାଯାଇଛି । ପାକିସ୍ତାନରେ ଅଲ୍ପ ସଂଖ୍ୟକଙ୍କ ବିରୋଧରେ ହେଉଥିବା ଏପରି ଜଘନ୍ୟକାଣ୍ଡର ବନ୍ଦ କରିବା ପାଇଁ ଭାରତ ପରାମର୍ଶ ଦେଇଛି । ଅନ୍ୟ ଦେଶର ଘଟଣାରେ ମୁଣ୍ଡ ନ ପୁରାଇ ପାକିସ୍ତାନ ନିଜ ଘର ସମ୍ଭାଳୁ ବୋଲି ଭାରତ କହିଛି ।

ପାକିସ୍ତାନରେ ଶିଖ୍‌ ଯୁବତୀ ଜଗଜିତ୍‌ କୌରଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇ ଜଣେ ମୁସଲିମ୍‌ ଯୁବକଙ୍କ ସହ ବିବାହ କରାଯାଇଥିଲା । ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

ପାକିସ୍ତାନର ପେଶାବରରେ ଜଣେ ଅଜ୍ଞାତ ବ୍ୟକ୍ତି ଶିଖ୍‌ ଯୁବକଙ୍କର ହତ୍ୟା କରିଛି । ସେ ମାଲେସିଆରେ ରହୁଥିବା ବେଳେ ବିବାହ ପାଇଁ ଘରକୁ ଆସିଥିଲେ। ଏହି ସମୟରେ ତାଙ୍କର ହତ୍ୟା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.