ଆଲବାମାରେ ଆଉ ଜଣେ ଭାରତୀୟଙ୍କୁ ହତ୍ୟା, ଗୁରୁଦ୍ୱାରା ବାହାରେ ଗୁଳି ମାରିଲେ ଦୁର୍ବୁତ୍ତ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଆମେରିକାରେ ପୁଣି ଜଣେ ଭାରତୀୟଙ୍କ ମୃତ୍ୟୁ । ଶୁକ୍ରବାର ଆଲବାମାର ସେଲମା ସହରରେ ଥିବା ଏକ ଗୁରୁଦ୍ବାରା ବାହାରେ ଜଣେ ଶିଖ୍‌ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ? ହତ୍ୟା ପଛରେ ଜାତି-ଧର୍ମ ବିଭେଦତା କାରଣ ରହିଛି କି’ ନାହିଁ ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଥାଉକି, ଏହି ହତ୍ୟା ଆଲବାମାରେରେ ଭାରତୀୟଙ୍କୁ ହତ୍ୟା ମାମଲାର ଦ୍ବିତୀୟ ଘଟଣା।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୨୯ ବର୍ଷ ରାଜ୍‌ ଗୋଲ୍ଡି ସିଂହଙ୍କୁ ଶୁକ୍ରବାର, ହାଇଲ୍ୟାଣ୍ଡ୍‌ ଏବଂ ରୋଜ ଆଭେନ୍ୟୁର ଶିଖ୍‌ ସେଣ୍ଟର ଅଫ୍‌ ଦ ପାସିଫିକ୍‌ କୋଷ୍ଟ ଗୁରୁଦ୍ବାରା ଠାରେ ହତ୍ୟା କରାଯାଇଛି। ଅବଶ୍ୟ ଆମେରିକାନ-ଇସଲାମିକ ଘଟଣାର ତଦନ୍ତ କରିବାକୁ କହିଛନ୍ତି। ପୋଲିସ କହିଛି ​‌ଯେ, ‘‘ଜାତିଆଣ ଆକ୍ଷେପକୁ ନେଇ ଏହି ହତ୍ୟା ହୋଇଥିବା ଭଳି ଜଣାପଡ଼ୁନାହିଁ। ରାଜ ଏକ ଗୁରୁଦ୍ବାରା କର୍ମଚାରୀ ଥିଲେ ଏବଂ ତାଙ୍କ ମୃତ୍ୟୁର ଯାଞ୍ଚ ଚାଲିଛି।’’

ଆହୁରି ପଢ଼ନ୍ତୁ: ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଙ୍କ ଚରମ ନିଷ୍ପତ୍ତି; ପରିବାର ପାଇଁ ଛାଡ଼ିଲେ ଭାବୁକ ଭରା ଶେଷ ଚିଠି

ଉଲ୍ଲେଖଯୋଗ୍ୟ, ଗତ ମାସରେ ଆମେରିକାର ଆଲବାମାରେ ପ୍ରବୀଣ ରାଓଜିଭାଇ ପଟେଲ ନାମକ ଜଣେ ଭାରତୀୟ-ଆମେରିକୀୟଙ୍କ ମୋଟେଲ ମାଲିକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପ୍ରବୀଣଙ୍କର ଏକ ରୁମ୍‌ ଭଡ଼ାକୁ ନେଇ ଜଣେ ଗ୍ରାହକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାହକ ଜଣକ ପ୍ରବୀଣଙ୍କୁ ଛାତିକୁ ଗୁଳି ଚଳାଇଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ସେଠାରେ ସ୍ଥାନୀୟ ଶିଖ୍‌ ସମ୍ପ୍ରଦାୟକୁ ଚକିତ କରିଥିଲା।

ପୋଲିସର ସୂଚନା ଅନୁଯାୟୀ, ଶେଫିଲ୍ଡ ପୋଲିସ ରିକି ଟେରୀ, ଓ୍ବିଲିୟମ ଜେରେମୀ ମୁରେଙ୍କୁ ୩୪ଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ହତିଆର ମଧ୍ୟ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆମେରିକାରେ ଭାରତୀୟ-ଆମେରିକୀୟ ଲୋକଙ୍କୁ ମୃତ୍ୟୁକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.