ଶିକାରୀ ଗୁଳିରେ ଶିକାରୀ ମୃତ, ବାରହା ଭାବି ରାଜେନ୍ଦ୍ରଙ୍କୁ ଗୁଳି କରିଥିଲେ ଚୂଡାମଣି

Published By : Prameya-News7 Bureau | December 12, 2022 IST

କୁଚିଣ୍ଡା ୧୨/୧୨: ବାରହା ଶିକାର କରିବାକୁ ଯାଇ ଶିକାରୀ ଗୁଳିରେ ଶିକାରୀ ମୃତ । ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ପଣ୍ଡିଵାହାଲ ଗାଁ ଖେଳପଡିଆ ନିକଟସ୍ଥ ଜଙ୍ଗଲରେ ଗତକାଲି ରାତିରେ ଘଟିଛି ଅଘଟଣ । ମୃତକ ହେଉଛନ୍ତି ସିରିଡି ଗ୍ରାମର ରାଜେନ୍ଦ୍ର କିସାନ (ରାଜୁ) । ତେବେ ଗୁଳିମାଡ କରିଥିବା ଅଭିଯୁକ୍ତ ଜଣଙ୍କ ଚୂଡ଼ାମଣି ମିର୍ଦ୍ଧାଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ମୃତ ରାଜେନ୍ଦ୍ର ଓ ଅଭିଯୁକ୍ତ ଚୂଡ଼ାମଣି ଉଭୟେ ସମ୍ପର୍କୀୟ ।

ସୂଚନା ଥାଉକି, ରବିବାର ରାତିରେ ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ ଶିକାରୀ ପାଇଁ ଯାଇଥିଲେ ଉଭୟ । ଶିକାର ବେଳେ ଚୂଡ଼ାମଣି ବନ୍ଧୁକ ଧରି ଛକି ବସିଥିବା ବେଳେ ସାମନା ପଟୁ ଅନ୍ୟମାନେ ବାରହା ଘଉଡ଼ାଇ ଥିଲେ । ତେବେ ବାରହା ବୋଲି ଭାବି ଚୂଡ଼ାମଣି ଗୁଳି ଚାଳନା କରିଥିଲେ । ଯେଉଁଥିରେ ଗୁଳି ତାଙ୍କ ସଢୁ ରାଜେନ୍ଦ୍ରଙ୍କ ଦେହରେ ବାଜିଥିଲା ।

ଅନ୍ଧାରରେ କିଛି ଜଣା ନପଡିବାରୁ ସମସ୍ତେ ଘରକୁ ଫେରିଆସିଥିଲେ । ମାତ୍ର ରାଜେନ୍ଦ୍ର ନଫେରିବାରୁ ପୁଣି ପରିବାର ଲୋକେ ଖୋଜା ଖୋଜି କରିଵାରୁ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରେ ଏନେଇ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.