ବଡମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା : ବନ୍ଧା ହେଲେ ଆଉ ଦୁଇ ଶିକାରୀ

Published By : Prameya-News7 Bureau | August 07, 2022 IST

ଆଠଗଡ ୦୭/୦୮:  ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ଦୁଇ ଭାଇ ହେଲେ ବଡ଼ମ୍ବା ଥାନା ଖୁଣ୍ଟକଟା ଗ୍ରାମର ଶଙ୍କର ମହାରଣା ଏବଂ ଭଗବାନ ମହାରଣା । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ। 

ବିଭାଗୀୟ ସୂଚନା ଅନୁଯାୟୀ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଜାନିପଦର ସଂରକ୍ଷିତ ଜଙ୍ଗଲରୁ ଗତ ଜୁନମାସ ୨୭ ତାରିଖରେ ଏଖ ହାତୀ କଙ୍କାଳ ମିଳିଥିଲା । ହାତୀ ଶିକାରରେ ବ୍ୟବହୃତ ହେଇଥିବା ଦେଶୀ ବନ୍ଧୁକକୁ ତିଆରି କରିଥିଲେ ଏହି ଦୁଇ ଭାଈ। ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ଗୋଟିଏ ଦେଶୀ ବନ୍ଧୁକର ନଳୀ ଏବଂ ଗୁଳି ତିଆରି ପାଇଁ ବ୍ୟବହୃତ ହେଉଥିବା ସୀସାକୁ ମଧ୍ୟ ଜବତ୍ କରିଥିବା ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.