ସଲମାନଙ୍କ ନାୟିକା ସାଜିବେ କିଆରା, ସାଜିଦ ନାଦିଆୱାଲାଙ୍କ ଅଫିସ୍‌ରେ ଆସିଲେ ନଜର

Published By : Prameya-News7 Bureau | April 21, 2024 IST

ମୁମ୍ଵାଇ ୨୧।୦୪: ବିଟାଉନ୍‌ର ସୁନ୍ଦରୀ ଅଭିନେତ୍ରୀ କିଆରା ଆଡଭାନୀ । ବର୍ତ୍ତମାନ ସେ ତାଙ୍କ ଫିଲ୍ମ ପାଇଁ ଖୁବ୍‌ ବ୍ୟସ୍ତ ଥିବା ଜଣାପଡିଛି। କାହିଁକି ନା ସେ ମୁମ୍ବାଇ ଠାରେ ଥିବା ଫିଲ୍ମ ପ୍ରଯୋଜକ ସାଜିଦ  ନାଦିଆଦୱାଲାଙ୍କ ଅଫିସ୍‌ରେ ନଜର ଆସିଥିଲେ । ଗଣମାଧ୍ୟମ ନଜର ତାଙ୍କ ଉପରେ ପଡ଼ିବା  ପରଠୁ ତାଙ୍କୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।  ସଲମାନ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର’ରେ  କିଆରା ଲିଡ୍‌ ଲେଡି ଭୂମିକାରେ ନଜର ଆସିବେ ବୋଲି  ଚର୍ଚ୍ଚା ହେଉଛି । 

ନିକଟରେ ଫିଲ୍ମର ନିର୍ଦ୍ଦେଶକ ଏଆର  ମୁରୁଗଡୋସ ଇଦ୍‌ ଅବସରରେ ଫିଲ୍ମର ଟାଇଟଲ  ଘୋଷଣା କରିଥିଲେ । ଆସନ୍ତା ବର୍ଷ ଇଦ୍‌ ଅବସରରେ  ଫିଲ୍ମଟି ପରଦାକୁ ଆସିବ । ତେବେ କେବଳ କିଆରା  ନୁହନ୍ତି, ଅଭିନେତା କାର୍ତ୍ତିକ ଆର‌୍ୟନଙ୍କୁ ମଧ୍ୟ ସେହି ଦିନ  ସାଜିଦଙ୍କ ଅଫିସ୍‌ ସାମ୍ନାରେ ଦେଖିବାକୁ ମିଳିଥିଲା । ଉଭୟ ‘ଭୁଲ୍‌ ଭୁଲୈୟା-୨’ରେ ପୁଣି ଥରେ ସ୍କ୍ରିନ୍‌  ଶେୟାର କରିବେ ବୋଲି ଅନେକ କହୁଛନ୍ତି । ଏକ  ଗଣମାଧ୍ୟମ ସହ ସାକ୍ଷାତକାରରେ ମୁରୁଗଡୋସ କହିଥିଲେ, ‘ସିକନ୍ଦର’ରେ ଦମ୍‌ଦାର ଆକ୍ସନ୍‌ ସହିତ  ଆବେଗଭରା ଓ ଶକ୍ତିଶାଳୀ ସାମାଜିକ ବାର୍ତ୍ତା  ରହିବ । ଏହି ଫିଲ୍ମରେ ସଲମାନଙ୍କ  ନୂଆ ଲୁକ୍‌ ଦେଖିବାକୁ ପାଇବେ ଦର୍ଶକ ।

୫ ବର୍ଷ ପୂର୍ବେ ଏହି ଫିଲ୍ମ  ବିଷୟରେ ସଲ୍ଲୁ ଓ ମୁରୁଗଡୋସ  ଆଲୋଚନା କରିଥିଲେ ।  କିଆରାଙ୍କ ଅପ୍‌କମିଙ୍ଗ ଫିଲ୍ମରେ  ଅଛି ଫରହାନ ଅଖତରଙ୍କ ‘ଡନ୍‌[1]୩’ । ଏଥିରେ ଡନ୍‌ ଭୂମିକାରେ  ନଜର ଆସିବେ  ରଣବୀର ସିଂହ ।   ବହୁଦିନ ହେଲା  ଆକ୍ସନ୍‌ ଫିଲ୍ମରେ  କାମ କରିବାକୁ   ଚାହୁଁଥିବା  କଥା କିଆରା  ନିକଟରେ   କହିଥିଲେ ।  ସେହି ଦୃଷ୍ଟିରୁ  ‘ଡନ୍‌-୩’   ତାଙ୍କ ପାଇଁ  ଭଲ ସୁଯୋଗ  ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.