ଏହି ଦିନ ଠାରୁ ଆରମ୍ଭ ହେଉଛି ବୈଶାଖ ମାସ : ଜାଣନ୍ତୁ ବୈଶାଖ ମାସର ମହତ୍ୱ

Published By : Prameya-News7 Bureau | April 17, 2019 IST

ଭୁବନେଶ୍ୱର ୧୭/୪ : ସାଧାରଣତଃ ବୈଶାଖ ମାସ ଏପ୍ରିଲ ମାସରୁ ଆରମ୍ଭ ହୁଏ | ଵୈଶାଖା ନକ୍ଷତ୍ର ସହ ସମ୍ବନ୍ଧିତ ହୋଇଯିବ ଯୋଗୁଁ ଏହି ମାସକୁ ବୈଶାଖ ମାସ କୁହାଯାଏ | ଏହି ମାସରେ ଧନ ପ୍ରାପ୍ତି ଏବଂ ପୁଣ୍ୟ ପ୍ରାପ୍ତି ପାଇଁ ଲୋକଙ୍କୁ ଅନେକ ଅବସର ମିଳିଥାଏ | ଏହି ମାସରେ ଭଗବାନ ବିଷ୍ଣୁ, ପର୍ଶୁରାମ ଏବଂ ଦେବୀଙ୍କୁ ଉପାସନା କରାଯାଏ | ବର୍ଷରେ କେବଳ ଥରେ ବାଙ୍କେ ବିହାରୀଙ୍କ ଚରଣ ଦର୍ଶନ ହୋଇଥାଏ | ଵୈଶାଖା ମାସରେ ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ୱ ରହିଛି | ସାଧାରଣତଃ ଵୈଶାଖା ମାସରୁ ଲୋକେ ନଂଗାଲା କାର୍ଯ୍ୟ, ଅର୍ଥାତ ବିବାହ ବ୍ରତ ଆଦି କାମ ଆରମ୍ଭ କରିଥାନ୍ତି | ଚଳିତବର୍ଷ ଵୈଶାଖା ମାସ ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହୋଇ ମେ ୧୮ ତାରିଖରେ ଶେଷ ହେବ |

{"id":104243}


ଵୈଶାଖା ମାସରେ ଦାନ କରିବାର ରହିଛି ବିଶେଷ ମହତ୍ୱ :
ହିନ୍ଦୁ ଧର୍ମରେ ଵୈଶାଖା ମାସକୁ ଫଳ ପ୍ରାପ୍ତିର ମାସ ବୋଲି କୁହାଯାଏ | ଵୈଶାଖା ମାସରେ ଦାନ କଲେ ପୁଣ୍ୟ ମିଳିଥାଏ | ଏହି ମାସରେ ଦାନ ଧର୍ମ କଲେ ଗରିବୀ ଦୂର ହୋଇଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ | ଵୈଶାଖା ମାସରେ କୌଣସି ପବିତ୍ର ନଦୀରେ ସ୍ନାନ କରିବା ଉଚିତ | ଵୈଶାଖା ମାସରେ ବିଶେଷ ପୂଜାର୍ଚ୍ଚନା କରି ଜୀବନର ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି |

{"id":104244}


ବୈଶାଖ ମାସରେ କେଉଁ କେଉଁ ମୁଖ୍ୟ ବ୍ରତ ଏବଂ ପର୍ବ ପଡିଥାଏ ଆସନ୍ତୁ ଜାଣିବା :
ବୈଶାଖ ମାସରେ ଶୁକ୍ଳ ପକ୍ଷ ଦଶମୀରେ ଗଙ୍ଗା ଉପାସନା କରାଯାଇଥାଏ
ବୈଶାଖ ମାସରେ ଭଗବାନ ବିଷ୍ଣୁ ଏବଂ ପର୍ଶୁରାମଙ୍କ ଜନ୍ମ ହୋଇଥିଲା
ବୈଶାଖ ମାସରେ ବ୍ରହ୍ମା ରାଶି ନିର୍ମାଣ କରିଥିଲେ, ଯେଉଁଥିପାଇଁ ରାଶିର ବିଶେଷ ବ୍ୟବହାର କରାଯାଇଥାଏ
ବୈଶାଖ ମାସରେ ଧନ ସମ୍ପତ୍ତି ପ୍ରାପ୍ତିର ବିଶେଷ ଦିନ ଅକ୍ଷୟ ତୃତୀୟା ମଧ୍ୟ ପଡିଥାଏ
ବୈଶାଖ ମାସରେ ମୋହିନୀ ଏକାଦଶୀ ପଡିଥାଏ, ଏହି ଏକାଦଶୀରେ ଉପାସନା କଲେ ଶ୍ରୀ ହରିଙ୍କ ବିଶେଷ କୃପା ମିଳିଥାଏ

{"id":104245}


ଖାଇବା ପିଇବା ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ :
ବୈଶାଖ ମାସରେ ଲଗାତାର ଖରା ଏବଂ ଗରମ ତୀବ୍ର ହୋଇଥାଏ
ଗରମ ଯୋଗୁଁ ବିଭିନ୍ନ ପ୍ରକାର ରୋଗର ବିପଦ ବଢି ଯାଇଥାଏ
ବୈଶାଖ ମାସରେ ଅଧିକ ପାଣି ପିଇବା ଆବଶ୍ୟକ ଏବଂ ତେଲିଆ ଖାଦ୍ୟ ବର୍ଜନ କରିବା ଉଚିତ
ବୈଶାଖ ମାସ ଖରାରେ ଅତ୍ୟଧିକ ପାନୀୟ ଯୁକ୍ତ ଫଳ ଖାଇବା ଉଚିତ
ବୈଶାଖ ମାସରେ ଅଧିକ ସମୟ ଶୋଇବା ଅନୁଚିତ

{"id":104246,"width":579,"height":434}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.