ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କାଗଜରେ ଆମର ଦସ୍ତଖତ କରାଇ ନିଆଗଲା, ପାଇଲଟ୍‌ଙ୍କୁ ନେଇ ଆମର କୌଣସି ଆପତ୍ତି ନାହିଁ: ଗେହଲଟ୍‌ଙ୍କ ସମର୍ଥକ ବିଧାୟକ

26/09/2022 at 3:59 PM

ନୂଆଦିଲ୍ଲୀ: ଯଦି ଅଶୋକ ଗେହଲଟ୍ କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତି ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ଵ କିଏ ସମ୍ଭାଳିବ ? ଏହାକୁ ନେଇ ସଂପ୍ରତି ହରଡଘଣାରେ କଂଗ୍ରେସ। ସଚିନ ପାଇଲଟ୍‌ଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବା ଚର୍ଚ୍ଚା ମଧ୍ୟରେ ଅଶୋକ ଗେହଲଟ୍‌ ଗୋଷ୍ଠୀର ବିଧାୟକ ମେଳି ହୋଇ ଗେହଲଟ୍‌ଙ୍କ ସମର୍ଥନରେ ଖୋଲାଖୋଲି ସାମ୍ନାକୁ ଆସିଛନ୍ତି। ଏପରିକି ୮୨ ବିଧାୟକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦାବିରେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ତେବେ ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗେହଲଟ୍‌ଙ୍କ ସମର୍ଥକ ଗୋଷ୍ଠୀରେ ସାମିଲ୍ ବିଧାୟକ ଇନ୍ଦିରା ମୀଣା। ସେ ସୋମବାର କହିଛନ୍ତି, ଆମକୁ ସଚିନ ପାଇଲଟ୍‌ଙ୍କୁ ନେଇ କୌଣସି ଅସୁବିଧା ନାହିଁ। ଆମେ ପାର୍ଟିର  ହାଇକମାଣ୍ଡଙ୍କ ନିଷ୍ପତ୍ତି ସହିତ ଅଛୁ। ହାଇକମାଣ୍ଡ କହିଲେ ଆମେ ନିଜର  ଇସ୍ତଫା ଫେରାଇ ନେବୁ।

ସଓ୍ଵାଇ ମାଧପୁର ଜିଲ୍ଲାର ବାମନବାସ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଇନ୍ଦିରା ମୀଣା ଏକ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, ଆମ ପାଖକୁ ମହେଶ ଯୋଶୀଙ୍କ ଫୋନ୍ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକରେ ଯୋଗ ଦେବାକୁ ସେ କହିଥିଲେ। ହେଲେ ପୁଣି ଫୋନ୍ ଆସିଲା ଯେ, ଧାରିଓ୍ଵାଲଙ୍କ ଘରେ ଆସି ପହଞ୍ଚ। ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ଥିବାରୁ ମୁଁ ଯାଇ ପାରିନଥିଲି ବୋଲି ମୀଣା କହିଛନ୍ତି। ପରେ ସିପି ଯୋଶୀଙ୍କ ବାସଭବନ ଯିବାକୁ କୁହାଯାଇଥିଲା। ଆଉ ସେଠାରେ ସମସ୍ତ ବିଧାୟକ ପହଞ୍ଚିଥିଲେ।

ସେଠାରେ ଏକ କାଗଜରେ ସମସ୍ତ ବିଧାୟକଙ୍କ ଦସ୍ତଖତ ନିଆଯାଉଥିଲା। କେହି କିଛି ମୁହଁ ଖୋଲୁନଥିଲେ। ବାସ୍ତବରେ କଣ ଘଟୁଛି ବୁଝିବା ବଡ ମୁସ୍କିଲ ଥିଲା। ମୀଣା କହିଛନ୍ତି, ଆମକୁ ସଚିନ ପାଇଲଟ୍‌ଙ୍କ ସହ କୌଣସି ସମସ୍ୟା ନାହିଁ। ଆମେ ସର୍ବଦା ହାଇକମାଣ୍ଡଙ୍କ ସମର୍ଥନରେ ଅଛୁ। ହାଇକମାଣ୍ଡ ଯାହା  ନିଷ୍ପତ୍ତି ନେବେ ତାହା ମଞ୍ଜୁର। ଯଦି କହିବେ ଆମେ  ଇସ୍ତଫା ପତ୍ର ପ୍ରତ୍ୟାହାର କରିନେବୁ। ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ କୌଣସି ସମସ୍ୟା ନାହିଁ। ଉଲ୍ଲେଖଯୋଗ୍ୟ, ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଇନ୍ଦିରା ମୀଣା ମଧ୍ୟ ସାମିଲ୍।

   Related Posts