ପୁରୁଷ ଭଳି ନାରୀର ବି ନିଜ ଶରୀର ଉପରେ ଅଧିକାର ଅଛି : ସେମି ନ୍ୟୁଡ୍ ଫଟୋ ମାମଲାରେ ରେହାନା ଫାତିମାଙ୍କୁ ନିର୍ଦ୍ଦୋଷ କହିଲେ କୋର୍ଟ

Published By : Prameya-News7 Bureau | June 05, 2023 IST

ଥିରୁଭନନ୍ତପୁରମ: କେରଳର ସମାଜସେବୀ ରେହାନା ଫାତିମାଙ୍କୁ ପୋକ୍ସୋ ମାମଲାରୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ। ସୋମବାର ସେମି ନ୍ୟୁଡ୍ ଫଟୋ ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଆମ ସମାଜରେ କୌଣସି ବି ବ୍ୟକ୍ତିଙ୍କ ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି। ଫାତିମାନ ନିଜ ଶରୀରକୁ କେବଳ କାନଭାସ ଭଳି ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏହାକୁ ଯୌନ କାର୍ଯ୍ୟ ଭାବେ ଚିତ୍ରଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

କ’ଣ ପାଇଁ ହୋଇଥିଲା ମାମଲା ?
୨୦୨୦ରେ ମସିହାରେ ରେହାନା ତାଙ୍କ ନାବାଳକ ପୁଅ ଓ ଝିଅଙ୍କ ଦ୍ୱାରା ତାଙ୍କର ଅର୍ଦ୍ଧ ନଗ୍ନ ଶରୀରରେ ପେଣ୍ଟିଂ କରାଇଥିଲେ। ଏହାର ଭିଡିଓ ଶେୟାର କରିବା ପରେ ଭାଇରାଲ୍ ହେବା ସହିତ ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା। ସୋମବାର ଏହି ମାମଲାରେ ଶୁଣାଣି କରି ବିଚାରପତି କୌଶର ଆଡପ୍ପାଗତ କହିଛନ୍ତି ଯେ ଏଠି ଅନୁମାନ କରି କୁହାଯାଇ ପାରିବନି ଯେ ରେହାନା ତାଙ୍କ ପିଲାମାନଙ୍କୁ କୌଣସି ଯୌନ କାର୍ଯ୍ୟ ପାଇଁ ବ୍ୟବହାର କରିଥିଲେ। ସେ କେବଳ ତାଙ୍କ ଶରୀରକୁ କାନଭାସ ଭଳି ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଫଳରେ ତାଙ୍କ ପିଲା ପେଣ୍ଟିଂ କରିପାରିବେ।

{"width":841,"height":464}
Video: Rehana Fathima's Body Art and Politics; Kids Painting on her Body. :  BizGlob
wp:heading {"level":4}

ପଢ଼ନ୍ତୁ- ସମଲିଙ୍ଗୀ ବିବାହ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

/wp:heading

କୋର୍ଟ କହିଛନ୍ତି ଯେ ଜଣେ ମହିଳା ତାଙ୍କ ଶରୀରକୁ ନେଇ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। ସମ୍ବିଧାନର ଅନୁଚ୍ଛେଦ ୨୧ରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଶରୀରକୁ ନେଇ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ବିଚାରପତି କୌଶର ଆଡପ୍ପାଗତ କହିଛନ୍ତି ଏକ କଳାର ପ୍ରୋଜେକ୍ଟ ଆକାରରେ ନିଜ ପିଲା ଦ୍ୱାର ଜଣେ ମାଆ ନିଜ ଶରୀର ଉପରେ ପେଣ୍ଟିଂ କରାଇବାକୁ ଯୌନ କ୍ରିୟା ରୂପରେ ଚିତ୍ରିତ କରଯାଇପାରିବ ନାହିଁ। ଯୌନ ସନ୍ତୁଷ୍ଟି ପାଇଁ ଏଭଳି କାର୍ଯ୍ୟ କରାଯାଇଛି ବୋଲି କୁହାଯାଇପାରିବ ନାହିଁ।।

ପିଲାମାନଙ୍କୁ ଭୁଲ୍ କାମ ପାଇଁ ବ୍ୟବାହର କରାଯାଇଛି ବୋଲି ମଧ୍ୟ କହି ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ଭିଡିଓରେ କୌଣସି କାମୁକତା ନାହିଁ। ସେ ପୁରୁଷ ହୁଅନ୍ତୁ ବା ନାରୀ, କୌଣସି ବ୍ୟକ୍ତିଙ୍କ ନଗ୍ନ ଶରୀର ଉପରେ ପେଣ୍ଟିଂ କରିବା ଯୌନ କାର୍ଯ୍ୟ ରୂପରେ ଦେଖାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

{"width":838,"height":436}
Kerala HC rejects anticipatory bail plea of Rehana Fathima | Onmanorama
wp:heading {"level":4}

ପଢ଼ନ୍ତୁ- ଯୁବତୀଙ୍କ ହାତ ଧରି ପ୍ରେମ ନିବେଦନ କରିବା ଅସଦାଚରଣ ନୁହେଁ: ବମ୍ବେ ହାଇକୋର୍ଟ

/wp:heading

 
କୋର୍ଟରେ ଅଭିଯୋଗକାରୀଙ୍କ ତର୍କ କ’ଣ ଥିଲା ?   

ଅଭିଯୋଗକାରୀ କୋର୍ଟରେ ଆବେଦନ କରିଥିଲେ ଯେ ଫାତିମା ତାଙ୍କର ଶରୀର ଉପରଭାଗକୁ ନଗ୍ନ କରିଥିଲେ। ଏଥିପାଇଁ ଏହା ଅଶ୍ଳୀଳ ଓ ଅଶୋଭନୀୟ ଥିଲା। ଏହାକୁ ଖାରଜ କରି କୋର୍ଟ କହିଛନ୍ତି ଯେ ନଗ୍ନତା ଓ ଅଶ୍ଳୀଳତା ସବୁବେଳେ ସମାର୍ଥବୋଧକ ହୋଇ ନଥାନ୍ତି।

ଇତିହାସର କଥା ଦୋହରାଇ କୋର୍ଟ କହିଛନ୍ତି “ ଦିନେ ସମୟ ଥିଲା କେରଳର ଦଳିତ ଜାତିର ମହିଳାମାନେ ନିଜ ସ୍ତନକୁ ଢାଙ୍କିବାର ଅଧିକାର ପାଇଁ ଲଢ଼େଇ ଲଢ଼ିଥିଲେ। ଦେଶରେ ଅନେକ ସ୍ଥାନରେ ପ୍ରାଚୀନ ମନ୍ଦିର ଓ ବିଭିନ୍ନ ସାର୍ବଜନିକ ସ୍ଥାନରେ ଅର୍ଦ୍ଧ ନଗ୍ନ ଦେବତାଙ୍କର ମୂର୍ତ୍ତି ରହିଛି। ସେଗୁଡ଼ିକୁ ପବିତ୍ର ବୋଲି କୁହାଯାଉଛି।”

wp:heading {"level":4}

ପଢ଼ନ୍ତୁ- ‘ନିଜ ଛାତରୁ ସିଟି ମାରିବାର ଅର୍ଥ ମହିଳାଙ୍କ ସହ ଅସଦାଚରଣ କରିବା ନୁହେଁ’: ବମ୍ବେ ହାଇକୋର୍ଟ

/wp:heading
Activist Rehana Fathima gets divorced - Film News Portal

ନଗ୍ନତା ଓ ଅଶ୍ଳିଳତା ଭିତରେ ରହିଛି ଫରକ!

ପୁରୁଷଙ୍କ ଶରୀରର ଉପର ଭାଗର ନଗ୍ନ ପ୍ରଦର୍ଶନକୁ କେବେ ବି ଅଶ୍ଲୀଳ ଓ ଅଶୋଭନୀୟ ବୋଲି କୁହାଯାଏ ନାହିଁ କି ଏହାର ଯୌନ ଶୋଷଣ ବୋଲି କୁହାଯାଏ ନାହଁ। କିନ୍ତୁ ଜଣେ ମହିଳାଙ୍କ ଶରୀରକୁ ନେଇ ଏପରି ଭାବନା ଥିବାର ଦେଖାଯାଏ ନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତିର ନିଜ ଶରୀରକୁ ନେଇ ସ୍ୱୀଧୀନ। ଲିଙ୍ଗ ଆଧାରରେ ଏହାକୁ ଚୟନ କରାଯାଇପାରିବ ନାହିଁ। କିନ୍ତୁ ଏହି ଅଧିକାର ସହିତ ଭେଦଭାବ ହୁଏ ବୋଲି ଆମେ ଅନେକ ସମୟରେ ଦେଖିଆସୁଥିବା କୋର୍ଟ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କ ଶରୀରର ସ୍ୱାଧୀନତା ପାଇଁ ସେମାନଙ୍କୁ ଧମକାଯାଏ। ସେମାନଙ୍କ ସହିତ ଭେଦଭାବ କରାଯାଇଥାଏ। ସେମାନଙ୍କୁ ଅଲଗା କରିଦିଆଯଏ। ଏବଂ ତାଙ୍କ ଶରୀର ଓ ଜୀବନକୁ ନେଇ ନିଷ୍ପତ୍ତି ନେବାରେ ତାଙ୍କ ବିରୋଧରେ ମାମଲା କରାଯାଇଥାଏ। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ମହିଳାଙ୍କ ନଗ୍ନତାକୁ ବର୍ଜିତ ବୋଲି କୁହନ୍ତି।

ନ୍ୟାୟମୂର୍ତ୍ତି କୌଶର ଆଡପ୍ପାଗତ କହିଛନ୍ତି “ନଗ୍ନତାକୁ ଯୌନ କ୍ରିୟା ସହିତ ଯୋଡ଼ା ଯାଇପାରିବ ନାହିଁ। ଜଣେ ମହିଳାର ନଗ୍ନ ଶରୀରର ଚିତ୍ରକୁ ଅଶ୍ଳିଳ କୁହାଯାଇପାରିବ ନାହିଁ।” ଅଭିଯୋଗ କର୍ତ୍ତା କହିଥିଲେ ଯେ ଭିଡିଓ ନୈତିକତାର ସାର୍ବଜନିକ ଧାରଣା ବିରୋଧରେ ରହିଛି। ଏହାକୁ ଦେଖିବା ପରେ ଲୋକଙ୍କ ମାନସିକରେ ନୈତିକ ରୂପରେ ଖରାପ ପ୍ରଭାବ ପଡ଼ିବ।

{"width":839,"height":472}
Kerala High Court Directs union health ministry To File Response over  Patents On Life Saving Drugs - The Sunday Guardian Live
wp:heading {"level":4}

ଏହି ଖବରଟିକୁ ବି ପଢ଼ନ୍ତୁ -ମୈଥୁନକୁ କ୍ରୀଡ଼ାର ମାନ୍ୟତା ଦେଲା ସ୍ୱିଡେନ, ଆୟୋଜିତ ହେବ ବିଶ୍ୱର ପ୍ରଥମ ୟୁରୋପୀୟାନ ସେକ୍ସ ଚାମ୍ପିୟନ୍‌ସିପ୍‌

/wp:heading

ଯେଉଁଟା ନୈତିକତା ଦୃଷ୍ଟିରୁ ଭୁଲ ତାହା ଯେ ଆଇନଗତ ଭୁଲ ତାହା ସମ୍ଭବ ନୁହେଁ। 

ଆବେଦନକାରୀଙ୍କ ନୈତିକତା ତର୍କକୁ ମଧ୍ୟ କୋର୍ଟ ଖାରଜ କରି ଅଭିଯୋଗକାରୀଙ୍କ ଆଇନର ପାଠ ପଢାଇଛନ୍ତି। କୋର୍ଟ କହିଛନ୍ତି କହିଛନ୍ତି ଯେ ସାମାଜିକ ନୈତିକତାର ଧାରଣା ସ୍ୱାଭାବିକ ରୂପରେ ବ୍ୟକ୍ତିବାଦୀ ହୋଇଥାଏ। ନୈତିକତା ଓ ଅପରାଧ ଏକା କଥା ନୁହେଁ। ଯାହାକୁ ନୈତିକ ଆଧାରରେ ଭୁଲ ବୋଲି କୁହାଯାଉଛି ତାକୁ ଆଇନତଃ ଅପରାଧ ବୋଲି କୁହାଯାଇପାରିବ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.