Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

କ୍ୟାମେରା ସାମ୍ନାରେ ରୋମାଣ୍ଟିକ୍‌ ହେଲେ ସିଡ୍‌-କିଆରା, ଭାଇରାଲ୍‌ ହେଲା ବିବାହର ଅନ୍‌ସିନ୍‌ ଫଟୋ…

17/02/2023 at 1:34 PM

ମୁମ୍ଵାଇ ୧୭।୦୨: ବଲିଉଡର ଚର୍ଚ୍ଚିତ ଲଭବାର୍ଡ କିଆରା-ସିଦ୍ଧାର୍ଥ । ଦୁହେଁ ପରସ୍ପରର ହାତକୁ ସବୁଦିନ ପାଇଁ ଧରିଛନ୍ତି । ୨୦୨୩ ବର୍ଷ ଆରମ୍ଭର ଚର୍ଚ୍ଚିତ ବିବାହ ।  ଉଭୟ ନିଜ ବିବାହକୁ ରାଜକୀୟ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲେ। ବିବାହ ସ୍ଥାନଠାରୁ ଆରମ୍ଭ କରି ପୋଷାକ ଏବଂ ଖାଦ୍ୟ- ପାନୀୟ ପର୍ଯ୍ୟନ୍ତ ସବୁକିଛି ପାଇଁ ଗ୍ରାଣ୍ଡ ଢଙ୍ଗରେ କରିଥିଲେ। ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠବନ୍ଧୁ ସାମିଲ୍‌ ହୋଇଥିଲେ । ବିବାହ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ବିବାହର କିଛି ଅନସିନ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ, ଏହି ଦୁଇ ତାରକା ପରସ୍ପର ସହିତ କୁଲ୍‌ ପୋଜ୍ ଦେଉଥିବାର ନଜର ଆସିଥିଲେ । ତେବେ ଚାଲନ୍ତୁ ଦେଖିବା ସିଡ୍‌-କିଆରାଙ୍କର ଅନ୍‌ସିନ୍‌ ଫଟୋ…

ସର୍ବପ୍ରଥମେ ସିଦ୍ଧାର୍ଥ ଏବଂ କିଆରାର ଏହି ଫଟୋ ଦେଖନ୍ତୁ । ଫଟୋ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରୁ ଆସିଛି।  ଏହି ରାଜପ୍ରାସାଦରେ ଏହି ଦୁଇ ତାରକା ବିବାହ ପୋଷାକରେ ପରସ୍ପର ସହ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା।

भांगड़ा करते हुए दिए पोज

ଏହି ଫଟୋରେ କିଆରା ଏବଂ ସିଦ୍ଧାର୍ଥ କ୍ୟାମେରା ଆଗରେ ଏତେ ମଜାରେ ବୁଡି ରହିଥିବାର ଦେଖାଯାଇଥିଲା । କିଆରା ତାଙ୍କ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ସିଦ୍ଧାର୍ଥ କ୍ରିମ୍ ଏବଂ ସୁବର୍ଣ୍ଣ ରଙ୍ଗର ମିଶ୍ରଣର ଶେରୱାନି ପିନ୍ଧିଛନ୍ତି ।

मस्ती में डूबे दिखे सिडकियारा

କିଆରା ଏବଂ ସିଦ୍ଧାର୍ଥ କୁଲ୍‌ ଅନ୍ଦାଜ୍‌ରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ଏହା ସହ କିଆରା କ୍ୟାମେରା ଆଡକୁ ଚାହିଁଥିବାବେଳେ ସିଦ୍ଧାର୍ଥ କିଆରାଙ୍କୁ ସ୍ନେହ ଭରା ଆଖିରେ ଚାହିଁଥିବାର ନଜର ଆସିଛନ୍ତି।

कोजी आए नजर

ଏବେ କେବଳ ମଣ୍ଡପରୁ ଏହି ଫଟୋ ଦେଖନ୍ତୁ ।କିଆରା ସିଦ୍ଧାର୍ଥଙ୍କୁ ମଣ୍ଡପରେ ଚାହିଁ ହସୁଥିବା ଦେଖିବାକୁ ମିଳିଛି।

 मंडप में ऐसे दिखीं कियारा

ବିବାହରେ ମନୀଷ ମାଲହୋତ୍ରା ଡିଜାଇନର୍ ବିବାହ ପୋଷାକ ପିନ୍ଧିଥିଲେ। ବିବାହ ପରେ ଏହି ଦୁଇ ତାରକା ମନୀଷ ମଲହୋତ୍ରା ଏବଂ ପୁରା ଟିମ୍ ସହିତ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା।

Sidharth Malhotra-Kiara Advani make for a happy couple in UNSEEN PICS with  guests from their grand wedding | PINKVILLA

   Related Posts