କ୍ୟାନସର ସହ ଲଢୁଥିବା ନଭଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କଲେ ଭାବୁକ tweet, ଜାଣନ୍ତୁ ଲେଖିଛନ୍ତି କ’ଣ?
31/03/2023 at 3:10 PM

ଚଣ୍ଡିଗଡ଼ ୩୧।୩: ପଞ୍ଜାବ କଂଗ୍ରେସ ନେତା ତଥା ଏବେ ଜେଲ ଦଣ୍ଡ ଭୋଗୁଥିବା ନଭଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନଭଜୋତ କୌର ସିଦ୍ଧୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ତାଙ୍କ ସ୍ୱାମୀଙ୍କୁ ମନେ ପକାଇ ଶୁକ୍ରବାର ତାଙ୍କ ଟ୍ୱିଟରରେ ଏକ ଭାବୁକ ପୋଷ୍ଟ କରିଛନ୍ତି। ଏହି ଯନ୍ତ୍ରଣାଦାୟକ ସମୟରେ ତାଙ୍କ ସ୍ୱାମୀଙ୍କୁ ମନେ ପକାଇ ସିଦ୍ଧୁଙ୍କୁ ଶିକ୍ଷା ଦେବା ପାଇଁ ମୁଁ ଭଗବାନଙ୍କୁ ମୃତ୍ୟୁ ମାଗିଛି ବୋଲି ଉଲ୍ଲେଖ କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ଈଶ୍ୱରଙ୍କ କୃପାରୁ ଅପେକ୍ଷା କରିଛି, ହେଲେ ଏଥିରେ ମଧ୍ୟ ବିଳମ୍ବ ହେଉଛି।
ସିଦ୍ଧୁଙ୍କ ପତ୍ନୀ ଅନ୍ୟ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏଥିରେ ‘ମୁଁ ତୁମକୁ ସେଇ ସବୁ ଦେବି ଯାହା ତୁମେ ମାଗିଛ। ତେବେ ଏହା ପରମ ଚେତନାର ଇଚ୍ଛା ବିରୋଧରେ ନୁହେଁ। ଏଣୁ ସେ ମୋତେ ମଝିରେ ହିଁ ଛାଡି ଦେଲେ। ପ୍ରତ୍ୟେକ ବ୍ୟକ୍ତିର ନିୟତି ଓ ଯାତ୍ରା ଅଲଗା ଅଲଗା ହୋଇଥାଏ। ଏହା ଉପରେ ପ୍ରଶ୍ନ କରିବାର ଅଧିକାର ଆମର ନାହିଁ। ତେବେ ବ୍ୟକ୍ତିକୁ ନିଜଠାରେ ସୁଧାର ଆଣିବାକୁ ପଡିଥାଏ। କାରଣ ତାଙ୍କ ଦୁନିଆରେ ତାଙ୍କର ଆଇନ ଚଳେ’ ବୋଲି ସେ ଉଲ୍ଲେଖ କରିଛନ୍ତି।
Affirmations are true: made by a sound mind or out of your senses. Navjot’s love for Punjab had driven him beyond the realm of any attachment. In a fit of anger,to teach him a lesson I asked for death. God’s grace was waiting but with a rider. 1/2.
— DR NAVJOT SIDHU (@DrDrnavjotsidhu) March 31, 2023
ଏହା ପୂର୍ବରୁ ନଭଜୋତ କୌର ସିଦ୍ଧୁ ସେ କ୍ୟାନସରର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଥିବାର ସୂଚିତ କରିଥିଲେ। ସେ ତାଙ୍କର ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ଲେଖିଥିଲେ ଯେ ସେ ଏପରି ଏକ ଅପରାଧ ଲାଗି ଜେଲରେ ବନ୍ଦୀ ଅଛନ୍ତି ଯେଉଁ ଅପରାଧ ସେ କରି ନାହାନ୍ତି। ଏଥିରେ ଯେଉଁମାନେ ବି ସାମିଲ ସେମାନଙ୍କୁ କ୍ଷମା କରି ଦିଅ। ବାହାରେ ରହି ତାଙ୍କ ମୁକ୍ତିର ଅପେକ୍ଷା କରିବା ବାସ୍ତବିକ କଷ୍ଟଦାୟକ। ସତ୍ୟ ଶକ୍ତିଶାଳି ହେଲେ ପରୀକ୍ଷା ବାରମ୍ବାର ହୋଇଥାଏ। ଏହା ପରେ ସେ ଲେଖିଥିଲେ କ୍ଷମା କରିବ ମୁଁ ଆଉ ତୁମର ଅଧିକ ଅପେକ୍ଷା କରିପାରୁନି। କାରଣ ବିପଦଜନକ କ୍ୟାନସର ଏବେ ଷ୍ଟେଜ୍ -୨ରେ । ଏଥିଲାଗି କାହାରିକୁ ଦୋଷ ଦିଆଯାଇ ପାରିବନି। କାରଣ ଏହା ଭଗବାନଙ୍କ ଇଚ୍ଛା।
ଜେଲରେ ମାର୍ଜିତ ବ୍ୟବହାର ପାଇଁ ଗତ ଜାନୁୟାରୀ ମାସରେ ସିଦ୍ଧୁ ମୁକ୍ତ ହୋଇଯାଇପାରନ୍ତି ବୋଲି ଆକଳନ କରାଯାଉଥିଲା। ତେବେ ପଞ୍ଜାବ ସରକାର କ୍ୟାବିନେଟ୍ ବୈଠକରେ ଏ ବାବଦରେ କୌଣସି ନିଷ୍ପତ୍ତି ନେଇନଥିଲେ। ସ୍ୱାମୀଙ୍କର ମୁକ୍ତିରେ ହେଉଥିବା ବିଳମ୍ବ ଲାଗି ନଭଜୋତ କୌର ସିଦ୍ଧୁ ରାଜ୍ୟର ଆମଆଦମୀ ସରକାରଙ୍କୁ ଟ୍ୱିଟରରେ ଭଲକରି ଶୁଣାଇଥିଲେ। ଏବେ ଏପ୍ରିଲ ୧ ତାରିଖରେ ସିଦ୍ଧୁଙ୍କ ମୁକ୍ତି ହେବ ବୋଲି ଆଶା କରାଯାଉଛି। ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୩୪ ବର୍ଷ ପୁରୁଣା ଏକ ରୋଡ ରେଜ୍ କେସ୍ରେ ୧ ବର୍ଷ ନିମନ୍ତେ ସଶ୍ରମ କାରାଦଣ୍ଡାଦେଶ କରିଥିଲେ। ଯାହା ମେ୧୬ ତାରିଖରେ ପୂରଣ ହେବା କଥା। ତେବେ ସିଦ୍ଧୁ ଛୁଟି ନ ନେଇ ଜେଲ ଖଟୁଥିବାରୁ ୪୫ ଦିନ ପୂର୍ବରୁ ତାଙ୍କର ମୁକ୍ତି ହେବ ବୋଲି ଆଶା କରାଯାଉଛି।