ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର

Published By : Prameya-News7 Bureau | October 15, 2021 IST

ନୂଆଦିଲ୍ଲୀ ୧୫।୧୦: ପଞ୍ଜାବ କଂଗ୍ରେସର ସଭାପତି  ପଦରେ ରହିବେ ନବଜୋତ ସିଂହ ସିଦ୍ଧୁ। ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ନରମିଛନ୍ତି ସିଦ୍ଧୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ବିରୋଧ କରିଥିବା ସିଦ୍ଧୁ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କ ସହ ଅସନ୍ତୁଷ୍ଟ ପ୍ରକାଶ କରି ନିଜ ପଦରୁ ଇସ୍ତଫା ଦେଇଥିଲେ।

ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ଵତ କହିଛନ୍ତି, ସିଦ୍ଧୁ ରାହୁଲଙ୍କ ସହ ସାକ୍ଷାତ ସମୟରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ତାଙ୍କ ଚିନ୍ତାଙ୍କୁ ଧ୍ୟାନରେ ରଖାଯିବ ବୋଲି ରାହୁଲ କହିଥିବା ହରିଶ ରାଓ୍ଵତ କହିଛନ୍ତି। ସିଦ୍ଧୁ ରାହୁଲ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେବାର ଭରସା ଦେଇଛନ୍ତି ଏବଂ ରାଜ୍ୟ କଂଗ୍ରେସ ସଭାପତି ଭାବେ ନିଜର କାମ କରିବେ।

ଏହାର ଗୋଟିଏ ଦିନ ପୂର୍ବରୁ ସିଦ୍ଧୁ କଂଗ୍ରେସ ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏବଂ ପଞ୍ଜାବ ପ୍ରଭାରୀ ହରିଶ ରାଓ୍ଵତଙ୍କୁ ଭେଟିଥିଲେ ଏବଂ ସେହି ପ୍ରସଙ୍ଗକୁ ଉଠାଇଥିଲେ, ଯେଉଁଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଘୋଷଣା ପରେ ସିଦ୍ଧୁ ପ୍ରଥମ ଥର କଂଗ୍ରେସର ଶୀର୍ଷ ନେତୃତ୍ଵଙ୍କୁ ଭେଟିଛନ୍ତି। ସୂତ୍ର ମୁତାବକ ଗୁରୁବାର ୨୪ ଆକବର ରୋଡ୍ କଂଗ୍ରେସ ମୁଖ୍ୟାଳୟରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା  ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.