ସିଦ୍ଧ ଜଗନ୍ନାଥଙ୍କର ନିଆରା ବ୍ୟଞ୍ଜନ ଦ୍ଵାଦଞ୍ଚି ପାଳିତ, ୭୫ ପ୍ରକାରର ଭୋଗ ହେଲା ଲାଗି

Published By : Prameya-News7 Bureau | December 04, 2022 IST

କେନ୍ଦୁଝର ୪/୧୨: କେନ୍ଦୁଝର ପୁରୁଣା ସହରର ସିଦ୍ଧ ମଠ ସ୍ଥିତ ଏକକ ସିଦ୍ଧ ଜଗନ୍ନାଥଙ୍କର ପବିତ୍ର ବ୍ୟଞ୍ଜନ ଦ୍ଵାଦଞ୍ଚି ଆଜି ଭକ୍ତିପୂତ ପରିବେଶରେ ଓ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଆଜି ୭୫ କିସମର ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲାଗି ହୋଇଛି । ଏହି ବ୍ୟଞ୍ଜନ ମଧ୍ୟରେ କେନ୍ଦୁଝର ପ୍ରସିଦ୍ଧ ଖେଚୁଡ଼ି, ଦଳା ଖେଚୁଡି, ମାଳେଇ ଖେଚୁଡ଼ି, କପୁରକେଳି, ମୋଡା ବଡି ସହ ଆରିସା, କାକରା, ବାଟ, କନ୍ଧ କ୍ଷିରୀ, ଝିଲି, କ୍ଷୀରପୁଳୀ, ବୁନ୍ଦି ଲଡ଼ୁ, ଖସା ଲଡ଼ୁ, ନଡିଆ କୋରା, କାନିକୀ, କ୍ଷିରୀ, ପିଠା ଓ ମିଠା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।

{"id":717123,"sizeSlug":"full","linkDestination":"none"}

ଏହି ବ୍ୟଞ୍ଜନ ସବୁ ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଭୋଗ ହେବା ପରେ ଶହ ଶହ ଭକ୍ତ ଏହି ପ୍ରସାଦ ସେବନ କରିଥିଲେ । ଏଠାରେ ଏକକ ଜଗନ୍ନାଥ ପୂଜା ପାଉଥିବା ବେଳେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳ ଦେବଜିଉଙ୍କ ପ୍ରତିଷ୍ଠାର ବହୁ ପୂର୍ବରୁ ଏହି ସିଦ୍ଧ ଜଗନ୍ନାଥ ଏଠାରେ ପୂଜା ପାଇ ଆସୁଛନ୍ତି । ଆଉ ଏହି ସିଦ୍ଧ ମଠରୁ ଅନେକ ସିଦ୍ଧ ପୁରୁଷ ସିଦ୍ଧି ଲାଭ କରିଥିବାରୁ ଏହି ସ୍ଥାନ ଅନେକ ମହତ ବହନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.