ରିଲିଜ୍ ହେଲା ଅପକମିଂ ଫିଲ୍ମ 'ଶେରସାହ'ର ଫାଷ୍ଟ ଲୁକ୍

Published By : Prameya-News7 Bureau | January 16, 2020 IST

ମୁମ୍ବାଇ୧୬|୧: ଆଜି ଡ୍ୟାସିଂ ଅଭିନେତା ସିଦ୍ଧାର୍ଥଙ୍କର ଜନ୍ମଦିନ। ଜନ୍ମଦିନ ଉପଲକ୍ଷେ ତାଙ୍କ ଆଗାମୀ ଫିଲ୍ମର ଲୁକ୍‌ ସାମ୍ନାକୁ ଆସିଛି। ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପକମିଂ ଫିଲ୍ମ 'ଶେରସାହ'ର ପ୍ରଥମ ଲୁକ୍ ରିଲିଜ ହୋଇଛି। ଏହି ଫିଲ୍ମଟି ଜୁଲାଇ ମାସ ୩ ତାରିଖରେ ରିଲିଜ ହେବ ବୋଲି କୁହାଯାଉଛି। ସୋସିଆଲ୍ ମିଡିଆରେ ଫିଲ୍ମର ତିନୋଟି ଫଟୋ ସେୟାର ହୋଇଛି।

{"id":212089,"width":573,"height":386,"sizeSlug":"large"}

 ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି କାରଗିଲ୍ ଯୁଦ୍ଧର ହିରୋ ବିକ୍ରମ ବତ୍ରାଙ୍କ ବାୟୋପିକ୍ ହେବ । ଏହି ପୋଷ୍ଟରରେ ସିଦ୍ଧାର୍ଥ  ହାତରେ ବନ୍ଧୁକ ଧରି ପାହାଡ ଚଢୁଥିବାର ନଜର ଆସୁଛନ୍ତି । ସିଦ୍ଧାର୍ଥ ଏହି ଫିଲ୍ମରେ ଅଭିନୟ କରିବା ନେଇ ବେଶ ଉତ୍ସାହିତ ଓ ଗର୍ବିତ। ତାଙ୍କୁ ଏଭଳି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି। ସିଦ୍ଧାର୍ଥ ନିଜେ ଏହି ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.